Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ପନିପରିବା ବିକାଳୀ ଓ ଫେରୀଵାଲାଙ୍କର କରୋନା ଟେଷ୍ଟ କରାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ରର ପରାମର୍ଶ

9/08/2020 at 10:51 AM

ନୂଆଦିଲ୍ଲୀ ୦୯/୦୮ : ଦେଶରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି | ସଂକ୍ରମଣ ରୋକିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଦୋକାନମାନଙ୍କରେ କାମ କରୁଥିବା, ପନିପରିବା ବିକାଳୀ ଓ ଫେରୀଵାଲାମାନଙ୍କର କରୋନା ଯାଞ୍ଚ କରାଇବାକୁ ପରାମର୍ଶ ଦେଇଛନ୍ତି | ମନ୍ତ୍ରାଳୟ କହିବାନୁଯାୟୀ, ଏମାନଙ୍କ ଯାଞ୍ଚ ଦ୍ୱାରା ସଂକ୍ରମଣ ମାମଲା ଶୀଘ୍ର ପତା କରିହେବ ଏବଂ ଏହାଦ୍ୱାରା ମୃତ୍ୟୁହାର ମଧ୍ୟ ହ୍ରାସ କରାଯାଇପାରିବ |

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଲେଖିଥିବା ଏକ ପତ୍ରରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ ଅକ୍ସିଜେନ ସୁବିଧା ଓ ତୁରନ୍ତ ପ୍ରତିକ୍ରିୟା ପ୍ରଣାଳୀଯୁକ୍ତ ଆମ୍ବୁଲାଏନ୍ସ ପରିବହନ ତନ୍ତ୍ର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି | ଦେଶର ନୂଆ ଅଞ୍ଚଳରେ ମଧ୍ୟ କୋଭିଡ-୧୯ ମହାମାରୀ ବିସ୍ତାର କରୁଥିବା ଦେଖି ରାଜେଶ ଭୂଷଣ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଜିଲ୍ଲାରେ ସଂକ୍ରମିତ ବ୍ୟକ୍ତି ଥାଇପାରନ୍ତି | ଅଥବା ଗୋଟିଏ ସ୍ଥାନରେ କିଛି ମାମଲା ଥାଇପାରେ କିମ୍ବା ଏହିସବୁ ଜିଲ୍ଲାରେ ଅଧିକ ସଂଖ୍ୟକ ଲୋକ ସଂକ୍ରମିତ ହୋଇପାରନ୍ତି | ସେଥିପାଇଁ ଏହିସବୁ ଅଞ୍ଚଳରେ ମହାମାରୀ ନିୟନ୍ତ୍ରଣ କରିବା ପ୍ରାଥମିକତା ହେବା ଉଚିତ ବୋଲି ସେ କହିଛନ୍ତି |

ସେ କହିଛନ୍ତି ଯେ, ଯେକୌଣସି ପରିସ୍ଥିତିରେ ଲୋକଙ୍କ ଜୀବନ ରକ୍ଷା କରିବା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ହେବ | ଅତିରିକ୍ତ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ସଚିବଙ୍କୁ ପତ୍ର ଲେଖି ରାଜେଶ ଭୂଷଣ କହିଛନ୍ତି ଯେ, ଏହି ସମ୍ବନ୍ଧରେ ଅନ୍ୟ ଦେଶ ତୁଳନାରେ ଭାରତ ଭଲ ପଦକ୍ଷେପ ନେଇଛି | ତଥାପି ମୃତ୍ୟୁହାର ଯେପପି ଗୋଟିଏ ପ୍ରତିଶତରୁ ଅଧିକ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ ଏବଂ ତାହା ହିଁ ଆମର ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି | ଅଧିକ ରୁ ଅଧିକ ଯାଞ୍ଚ ଦ୍ୱାରା ସଂକ୍ରମଣ ମାମଲା ଶୀଘ୍ର ସାମ୍ନାକୁ ଆସିବ ଏବଂ ଶୀଘ୍ର ପୀଡିତଙ୍କୁ କ୍ଵାରେଣ୍ଟାଇନ କରାଯାଇପାରିବ ବୋଲି ସେ କହିଛନ୍ତି | ଏହାଦ୍ୱାରା ମାମଲା ଗମ୍ଭୀର ହେବା ପୂର୍ବରୁ ଉପଚାର କରାଯାଇପାରିବ |

ଇନଫ୍ଲୁଏଞ୍ଜା କିମ୍ବା ଶ୍ୱାସନ ସମ୍ବନ୍ଧୀୟ ରୋଗର ଲକ୍ଷଣ ଥିବା ଲୋକଙ୍କ ଉପରେ ନଜର ରଖିବାକୁ ସେ ଜୋର ଦେଇ କହିଛନ୍ତି | କାରଣ ଏହିସବୁ ଲକ୍ଷଣ କରୋନା ଭାଇରସର ମଧ୍ୟ ହୋଇପାରେ | ସେ କହିଛନ୍ତି ଯେ ସଂକ୍ରମିତ ରୋଗୀଙ୍କ ପତା କରିବାର ୭୨ ଘଣ୍ଟା ଭିତରେ ରୋଗୀଙ୍କ ସମ୍ପର୍କରେ ଆସିଥିବା ୮୦ ପ୍ରତିଶତ ଲୋକଙ୍କ ପତା ଲଗାଇ ସେମାନଙ୍କ ଯାଞ୍ଚ କରିବାକୁ ହେବ | ଜଣେ ବ୍ୟକ୍ତି ମଧ୍ୟରେ ଲକ୍ଷଣ ଦେଖାଦେବା ପୂର୍ବରୁ ସେ ପାଖାପାଖି ୩୦ ଜଣଙ୍କ ସମ୍ପର୍କରେ ଆସିଥାଏ ବୋଲି ସେ କହିଛନ୍ତି |

   Related Posts