ତେଜୁଛି ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି : ଆଜିଠାରୁ ୨ଦିନ ଧରି ବଲାଙ୍ଗିରରେ ରାଜ୍ୟ ଓ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ବନ୍ଦ

Published By : Prameya-News7 Bureau | September 18, 2019 IST

ବଲାଙ୍ଗିର ୧୮।୯: ପଶ୍ଚିମ ଓଡ଼ିଶାରେ ତେଜୁଛି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ଆଜିଠାରୁ ୨ ଦିନ ଧରି ବଲାଙ୍ଗିର ଜିଲ୍ଲାରେ ବନ୍ଦ ରହିବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ । ଏହାସହ ସମସ୍ତ ଏଲଆଇସି କାର୍ଯ୍ୟାଳୟ ଓ ବ୍ୟାଙ୍କ ବନ୍ଦ ରଖିବାକୁ ଓକିଲ ସଂଘ ଯୋଜନା କରିଛି । ପ୍ରତିମାସରେ ୨ ଦିନ ଧରି ଏଭଳି ଆନ୍ଦୋଳନ ଚାଲିବ ।  ପଶ୍ଚିମ ଓଡ଼ିଶା ଓକିଲ ସଂଘ ଏହି ବନ୍ଦ ଡାକରା ଦେଇଛି ।

ଭୁବନେଶ୍ବରରେ ଆନ୍ଦୋଳନ ଏବଂ ଦିଲ୍ଲୀରେ କେନ୍ଦ୍ର ଆଇନ୍ ମନ୍ତ୍ରୀଙ୍କୁ ସାକ୍ଷାତ ପରେ କୌଣସି ସୁଫଳ ନମଳିବାରୁ ଉଗ୍ରରୁପ ନେଇଛି ଆନ୍ଦୋଳନ । ତେବେ କେନ୍ଦ୍ର ସରକାର ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କୁ ଦାୟିତ୍ବ ଦେଇଥିବାବେଳେ ତାହା ବିଳମ୍ବ ହେଉଥିବା ଅଭିଯୋଗ କରିଛି ଓକିଲ ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.