ଏବେ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ହେବ ସିବିଆଇ ଯାଞ୍ଚ : ବିହାର ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କଲେ କେନ୍ଦ୍ର ସରକାର

Published By : Prameya-News7 Bureau | August 05, 2020 IST

ମୁମ୍ବାଇ ୫/୮: ସୁଶାନ୍ତ ସିଂହ ରାଜପୁତ ମାମଲାରେ ବିହାର ସରକାର ମଙ୍ଗଳବାର କେନ୍ଦ୍ରକୁ ସିବିଆଇ ଯାଞ୍ଚର ସୁପାରିଶ ପଠାଇଥିଲେ। ଏବେ କେନ୍ଦ୍ର ବିହାର ସରକାରଙ୍କ ଏହି ସୁପାରିଶକୁ ମଞ୍ଜୁର କରିଛି। ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାର କହିଛନ୍ତି ଯେ ସେମାନେ ସୁଶାନ୍ତଙ୍କ ମାମଲା ଯାଞ୍ଚର ଦାୟିତ୍ବ ସିବିଆଇକୁ ଟ୍ରାନ୍ସଫର୍ କରି ଦେଇଛନ୍ତି। ଏବେ ଏହି ମାମଲାକୁ ସିବିଆଇ ଯାଞ୍ଚ କରିବ। ଦୀର୍ଘ ଦିନରୁ ସୋସିଆଲ୍ ମିଡିଆରେ ଏହି ମାମଲାର ସିବିଆଇ ଯାଞ୍ଚ କରାଯିବାର ଦାବି ହେଉଥିଲା।

କେନ୍ଦ୍ର ସରକାରଙ୍କ ଓକିଲ SG ତୁଷାର ମେହତା ସୁପ୍ରିମ କୋର୍ଟରେ କହିଛନ୍ତି ଯେ ସିବିଆଇ ଏହି ମାମଲାର ଯାଞ୍ଚ କରିବାର ବିହାର ସରକାରଙ୍କ ସୁପାରିଶ ମଞ୍ଜୁର କରି ଦିଆଯାଇଛି। ରିୟାଙ୍କ ତରଫରୁ ଶ୍ୟାମ ଦିଓ୍ବାନ କହିଛନ୍ତି ଯେ ଏସଜିଙ୍କ ତରଫରୁ ଯାହା କୁହାଯାଇଛି,ଏଠାରେ ସେହି ମାମଲା ନାହିଁ,ଏପରି କ୍ଷେତ୍ରରେ ଅଦାଲତ ରିୟାଙ୍କ ଆବେଦନ ଉପରେ ଧ୍ୟାନ ଦିଅନ୍ତୁ। ଶ୍ୟାମ ଦିଓ୍ବାନ ସମସ୍ତ ମାମଲା ଉପରେ ରୋକ ଲଗାଇବା ଉପରେ ଦାବି କରିଥିଲେ। ଶ୍ୟାମ ଦିଓ୍ବାନ କହିଥିଲେ ଯେ ଏଫଆଇଆର ଜୁରିସଡିକସନ ମୁତାବକ ନାହିଁ। ଏପରି କ୍ଷେତ୍ରରେ ଅଦାଲତ ପୂରା ମାମଲା ଉପରେ ରୋକ ଲଗାଇବା ଉଚିତ୍।

ବିହାର ପୋଲିସ୍ ମୁମ୍ବାଇ ପହଞ୍ଚିଥିଲା ଏବଂ ନିଜେ ଯାଇ ପଚରାଉଚୁରା କରିଥିଲା। ରିୟାଙ୍କ ଓକିଲ ଶ୍ୟାମ ଦିଓ୍ବାନ କହିଛନ୍ତି ଯେ ବିହାରରେ ରୁଜୁ ହୋଇଥିବା ମାମଲା ମୁମ୍ବାଇରେ ଟ୍ରାନ୍ସଫର କରାଯାଉ। ଶ୍ୟାମ ଦଲିଲ ଦେଇ କହିଥିଲେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ଏବେ ସୁଦ୍ଧା ୫୯ଜଣଙ୍କ ବୟାନ ରୁଜୁ କରି ସାରିଛି। ଜଷ୍ଟିସ୍ ହୃଷିକେଶ ରାୟ କହିଥିଲେ ଯେ ସୁଶାନ୍ତ ଅତ୍ୟନ୍ତ ଟ୍ୟାଲେଣ୍ଟେଡ ଏବଂ ଉଦୀୟମାନ କଳାକାର ଥିଲେ ଏବଂ ତାଙ୍କର ଏଭଳି ରହସ୍ୟମୟ ଭାବେ ମୃତ୍ୟୁ ସତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଷ୍ଟିସ୍ ହୃଷିକେଶ ରାୟ ମଧ୍ୟ ଏହି ମାମଲାର ଯାଞ୍ଚ ହେବା ଉଚିତ୍ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.