ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ଅଫିସ୍ ସ୍ଥାନାନ୍ତର ହେବ : ୨୦୨୨ ସୁଦ୍ଧା ନୂଆ ପାର୍ଲିଆମେଣ୍ଟ ହାଉସ୍

Published By : Prameya-News7 Bureau | January 16, 2020 IST

ନୂଆଦିଲ୍ଲୀ ୧୬/୧: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟକୁ ସାଉଥ ବ୍ଲକ୍ ପାଖକୁ ସ୍ଥାନାନ୍ତର କରାଯାଇପାରେ। ଏହା ସହିତ ଉପରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ନୂଆ ନର୍ଥ ବ୍ଲକ୍ ଆଖପାଖରେ ହୋଇପାରେ। ସେଣ୍ଟ୍ରାଲ୍ ବିସ୍ତା ରୋଡ ଡେଭଲପମେଣ୍ଟ ପ୍ରୋଜେକ୍ଟ ଜରିଆରେ ଉପରାଷ୍ଟ୍ରପତିଙ୍କ ବାସଭବନ ସମେତ ଲୁଣ୍ଟିଅସ୍ ଦିଲ୍ଲୀର ଅନେକ ଅଟ୍ଟାଳିକାକୁ ଭଙ୍ଗା ଯିବ।

{"id":211964,"sizeSlug":"large"}

ସେଣ୍ଟ୍ରାଲ୍ ବିସ୍ତା ରୋଡ ଡେଭଲପମେଣ୍ଟ ପ୍ରୋଜେକ୍ଟରେ ଥିବା ସଂସଦ ଭବନ ପାଖରେ ନୂଆ ତ୍ରିକୋଣୀୟ ସଂସଦ ଭବନ,କେନ୍ଦ୍ର ସଚିବାଳୟ ଏବଂ ୩ କିଲୋମିଟର ଲମ୍ବା ରାଜପଥକୁ ପୁର୍ନବିକଶିତ କରିବାକୁ ପଡ଼ିବ। ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ କ୍ରମଶଃ ନର୍ଥ ବ୍ଲକ୍ ଏବଂ ସାଉଥ ବ୍ଲକର ନିକଟରେ ଶିଫ୍ଟ କରିବାର ଯୋଜନା କରାଯାଉଛି। ଏହା ଦ୍ବାରା ଟ୍ରାଫିକକୁ ସହଜ କରିବା ପାଇଁ ସହାୟକ ହେବ।

{"id":211965,"sizeSlug":"large"}

ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ଅଫିସ୍ ପାଖାପାଖି ରହିବ ଯାହା ଫଳରେ ପ୍ରଧାନମନ୍ତ୍ରୀ ଘରୁ ଅଫିସ୍ କରି ପାରିବେ। ଏହା ସହିତ ନର୍ଥ ବ୍ଲକ୍ ଏବଂ ସାଉଥ ବ୍ଲକକୁ ଦୁଇଟି ସଂଗ୍ରହାଳୟରେ ବଦଳାଇବାକୁ ମଧ୍ୟ ଯୋଜନା ରହିଛି। ନୂଆ ସଂସଦ ଭବନରେ ୯୦୦ରୁ ୧୨୦୦ସାଂସଦଙ୍କ ବସିବାର ବ୍ୟବସ୍ଥା ଥିବ।

{"id":211966,"sizeSlug":"large"}

ନୂଆ ସଂସଦ ଭବନରେ ଆରାମଦାୟକ ଆସନ ସହ ପ୍ରତି ଆସନରେ କମ୍ପ୍ୟୁଟର ସ୍କ୍ରିନ୍ ରହିବ। ଏହା ସହିତ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦଙ୍କ କାର୍ଯ୍ୟାଳୟ ରହିବ। ତ୍ରିକୋଣୀୟ ସଂସଦ ଭବନର ନିର୍ମାଣ ୨୦୨୨ ଅଗଷ୍ଟରେ କରିବାର ଲକ୍ଷ୍ୟ ରହିଛି। ୨୦୨୪ମସିହାରେ କେନ୍ଦ୍ର ସଚିବାଳୟ ନିର୍ମାଣର ସମ୍ଭାବନା ରହିଛି।

{"id":211967,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.