Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଓଡିଶା ଆସିବ କେନ୍ଦ୍ରୀୟ ଟିମ୍, କୋଭିଡ୍ ସ୍ଥିତିର କରିବ ସମୀକ୍ଷା : ସଂକ୍ରମଣ ହାର ଅଧିକ ଥିବା ଅନ୍ୟ ୫ ରାଜ୍ୟକୁ ମଧ୍ୟ ଯିବ ଟିମ୍

2/07/2021 at 2:48 PM

ନୂଆଦିଲ୍ଲୀ ୨।୭: କୋଭିଡ୍ ସଂକ୍ରମଣ ହାର ଅଧିକ ଥିବା ଓଡିଶା ସମେତ ୬ ରାଜ୍ୟକୁ କେନ୍ଦ୍ର ସରକାର ପଠାଇଲେ ଟିମ୍ । ଏହି କେନ୍ଦ୍ରୀୟ ଟିମରେ ଜଣେ ଚିକିତ୍ସକ ଓ ଜଣେ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ସାମିଲ ଅଛନ୍ତି। କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଓଡିଶା, ଛତିଶଗଡ ଏବଂ ମଣିପୁରକୁ ପଠାଯାଇଛି ଦଳ। ଯେଉଁଠାରେ ଅଧିକ ସଂଖ୍ୟକ କୋଭିଡ୍-୧୯ ମାମଲା ରିପୋର୍ଟ କରାଯାଇଛି ।

ମଣିପୁରକୁ ଯାଉଥିବା ଟିମ୍ ର ନତୃତ୍ବ ନେଉଛନ୍ତି ଡକ୍ଟର ଏଲ୍ ସ୍ବସ୍ତିଚରନ୍, ଆଡିସିନାଲ DDG ଏବଂ ନିର୍ଦ୍ଦେଶକ EMR, ଅରୁଣାଚଳ ପ୍ରଦେଶ ଟିମ୍ ଡକ୍ଟର ସଞ୍ଜୟ ସାଧୁଖାନ୍, ପ୍ରଫେସର AIIH & PH, ତ୍ରିପୁରା ଟିମ୍ ର ଡକ୍ଟର ଆର.ଏନ୍ ସିହ୍ନା ନିର୍ଦ୍ଦେଶକ ପ୍ରଫେସର, AIIH & PH, କେରଳ ଟିମ୍ ର ଡକ୍ଟର ରୁଚି ଜୈନ, ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଗ୍ରେଡ୍ ୨, RoHFW, ଓଡିଶା ଟିମ୍ ର ଡକ୍ଟର ଏ ଡାନ୍, ଜନସ୍ବାସ୍ଥ୍ୟ ବିଶେଷଜ୍ଞ AIIH & PH ଏବଂ ଛତିଶଗଡ ଟିମ୍ ର ଡକ୍ଟର ଦିବାକର ସାହୁ, ସହକାରୀ ପ୍ରଫେସର, AIIMS ରାୟପୁର ନେତ୍ବତ୍ବ ନେଇଛନ୍ତି ।  ପରିଚାଳନା  ଏବଂ ମହାମାରୀର ମୁକାବିଲା ପାଇଁ ଦଳଗୁଡିକ ରାଜ୍ୟମାନଙ୍କୁ ସମର୍ଥନ କରିବେ ।

ଦଳଗୁଡିକ ତୁରନ୍ତ ରାଜ୍ୟ ଗସ୍ତ କରିବେ ଏବଂ କୋଭିଡ୍-୧୯ ପରିଚାଳନାର ସାମଗ୍ରିକ କାର୍ଯ୍ୟକାରିତା ଉପରେ ନଜର ରଖିବେ । ବିଶେଷକରି ପରୀକ୍ଷଣ, ନୀରିକ୍ଷଣ ଏବଂ କଣ୍ଟେନମେଣ୍ଟ କାର୍ଯ୍ୟ, କୋଭିଡ୍ ଉପଯୁକ୍ତ ଆଚରଣ ଏବଂ ଏହାର କାର୍ଯ୍ୟକାରିତା, ହସ୍ପିଟାଲ ବେଡର ଉପଲବ୍ଧତା, ଉପଯୁକ୍ତ ଆମ୍ବୁଲାନ୍ସ, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ୍ ଏବଂ ପର୍ଯ୍ୟାପ୍ତ ସାମଗ୍ରୀ ଏବଂ କୋଭିଡ୍-୧୯ ଟିକାକରଣ ପ୍ରଗତି । କେନ୍ଦ୍ରୀୟ ଟିମ୍ ପରିସ୍ଥିତି ପରଖିବା ସହିତ ଏବଂ ପ୍ରତିକାର କାର୍ଯ୍ୟ ପାଇଁ ମଧ୍ୟ ପରାମର୍ଶ ଦେବେ । ସ୍ଥ୍ତିତି ସମୀକ୍ଷା ରିପୋର୍ଟର କପି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରିବେ ।

   Related Posts