କେନ୍ଦ୍ରୀୟ ଟିମ୍ ଆଜି ବୁଲିଲେ ରାଜଧାନୀର ଫୋନି କ୍ଷତିଗ୍ରସ୍ତ ଅଞ୍ଚଳ, ଏପଟେ ଆରମ୍ଭ ହେଲା ୧୧ଟି ଆହାରକେନ୍ଦ୍ର

Published By : Prameya-News7 Bureau | May 15, 2019 IST

ଭୁବନେଶ୍ବର ୧୫|୫: ବାତ୍ୟା ଫୋନି ପରେ ରାଜଧାନୀରେ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ । ରାଜଧାନୀ​‌  ରସୁଲଗଡ ନିକଟ  କଲରାପୁଟ ବସ୍ତି ସହ କଳିଙ୍ଗ ନଗରରେ  ବିଦ୍ୟୁତ  ଜନିତ କ୍ଷୟକ୍ଷତି ଓ  କଳିଙ୍ଗ ଷ୍ଠାଡିୟମର କ୍ଷୟ କ୍ଷତି ଆକଳନ  କରିଛନ୍ତି କେନ୍ଦ୍ରୀୟ ଟିମ।

{"id":112088}

ରାଜଧାନୀରେ ବାତ୍ୟା ଫୋନି ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ  କରିଛନ୍ତି    କେନ୍ଦ୍ରୀୟ ଟିମ। ଫୋନି ମାଡରେ ଧ୍ବଂସ ବିଧ୍ବସ୍ତ  ସ୍ମାର୍ଟ ସିଟି ଭୁବନେଶ୍ବର । କେଉଁଠି    ବସ୍ତି ଲୋକଙ୍କ  ଘର  ମୁକୁଳା ପଡିଛି ତ ଆଉ  କେଉଁଠି ଖୋଲା ଆକାଶ ତଳେ   ଜୀବନ ବିତାଉଛନ୍ତି ରାଜଧାନୀର ବସ୍ତି ବାସିନ୍ଦା ।

{"id":112092}

କେନ୍ଦ୍ର ଗୃହ ମନ୍ତ୍ରଣାଳୟର  ଅତିରିକ୍ତ ସଚ୍ଚିବ   ବିବେକ ଭରଦ୍ବାଜଙ୍କ ନେ୍ୃତ୍ବରେ ଆସିଥିବା କେନ୍ଦ୍ରୀୟ ଟିମ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ କ୍ରୀଡା ଭିତ୍ତିଭୁମି, କଳିଙ୍ଗ  ନଗରରେ ବିଦ୍ୟୁତ କ୍ଷୟକ୍ଷତି ଓ ୩୧ ନମ୍ବର ଓ୍ବାର୍ଡ ରସୁଲଗଡ କଲରାପୁଟ ବସ୍ତି ଆଜି ପରିଦର୍ଶନ କରିଛନ୍ତି ।​‌ ଫୋନି ମାଡରେ ଉଡିଯାଇଛି କଳିଙ୍ଗ ଷ୍ଠାଡିୟମର ଆଥଲେଟିକ ଗ୍ରାଉଣ୍ଡର ଆଜବେସଟସ। ଏଣେ ତେ​ଣେ ପଡିଛି ଚେୟାର। ଫୋନିର ମାଡରୁ ବି ବତ୍ର୍ତୀ ପାରିନି ଲିଫଟ।    କରିଡରରେ ଏଣେ  ତେଣେ  ପଡି ରହିଛି ଭଙ୍ଗା କାଚ। କଳିଙ୍ଗ ଷ୍ଠାଡିୟମରେ କ୍ରୀଡା ଭିତ୍ତିଭୁମିର କ୍ଷୟକ୍ଷତି  ଅନୁଧ୍ୟାନ କରିବା ବେଳେ ଏସବୁ ଦେଖିଛନ୍ତି କେନ୍ଦ୍ରୀୟ ଟିମ ।​‌

{"id":112089}

ସେପଟେ  କଳିଙ୍ଗ  ନଗରରେ ବିଦ୍ୟୁତ  କ୍ଷୟକ୍ଷତି ନେଇ ମଧ୍ୟ ଆକଳନ କରିଛନ୍ତି କେନ୍ଦ୍ରୀୟ ଟିମ। ଭୁବନେଶ୍ବର ୩୧ ନମ୍ବର  ଓ୍ବାର୍ଡ କଲରାପୁଟ ବସ୍ତି ବାସିନ୍ଦାଙ୍କ ସହ କେନ୍ଦ୍ରୀୟ ଟିମ  ଓ୍ବାନଟୁ ଓ୍ବାନ  ଅାଲୋଚନା କରିଥିଲେ। ଫୋନି ପରେ କେମିତି ଚଳୁଛ, କଣ କରୁଛ,  ପିଇବା ପାଣି  ମିଳୁଛି ନା ନାହିଁ, ବିଦ୍ୟୁତ ସୁବିଧା  ଅଛି କି ନାହିଁ ଆଦି ବିଭିନ୍ନ କଥା  ପଚାରି ବୁଝିଥିଲେ କେନ୍ଦ୍ରୀୟ ଟିମ।   ଫୋନି ପରେ ବାସହରା ହୋଇ ପଡିଥିବା ​‌​‌ ବସ୍ତି ବାସିନ୍ଦା କେନ୍ଦ୍ରୀୟ ଟିମକୁ ବାସଗୃହ ଯୋଗାଇ ଦେବାକୁ   ​‌​କୋହଭରା କଣ୍ଠରେ ନିବେଦନ କରିଥିଲେ ।

{"id":112090}

ସେପଟେ  ବାତ୍ୟା ଫୋନିର ୧୨ ଦିନ ପରେ ଆଜି ରାଜଧାନୀରେ  ଖୋଲିଲା ଆହାର କେନ୍ଦ୍ର।ବାତ୍ୟା ଫୋନି ପ୍ରଭାବରେ   ୧୨ ଦିନ ହେଲା ବନ୍ଦ ହୋ​ଇଥିବା  ଆହାର କେନ୍ଦ୍ରଗୁଡିକ ଆଜି ଠାରୁ  ସ୍ବାଭାବିକ ହୋଇଛି।​‌ ଭୁବନେଶ୍ବର ମହାନଗର ନିଗମ ଅଧିନରେ ଥିବା ୧୧ଟି  ଆହାର କେନ୍ଦ୍ରାରେ  ୫ ଟଙ୍କାରେ  ରନ୍ଧାଖାଦ୍ୟ  ବିତରଣ କରାଯାଉଛି। ଦିନ ବେଳା  ଆହାର ପାଇଁ ବ୍ୟବସ୍ଥା କରାଯାଇଛି ସତ  ହେଲେ ରାତ୍ରୀ କାଳନୀ ଆହାର କେବେ ଠାରୁ ସ୍ବାଭାବିକ   ତାହା   ଜଣା ପଡିନି।  ରାଜଧାନୀର ବିଏମସି ଅଞ୍ଚଳରେ ଆଜି ଠାରୁ ଘରଭଙ୍ଗା ସର୍ଭେ ମଧ୍ୟ ଆରମ୍ଭ ହୋଇଛି।

{"id":112091}

 ବିଭିନ୍ନ ସମୟରେ  ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରି ଆସୁଛି   ଓଡିଶା। ଉପକୁଳ ଭାରତର ସବୁଠୁ ଅଧିକ ବାତ୍ୟା ପ୍ରବଣ ରାଜ୍ୟ  ପାଲଟିଛି ଓଡିଶା। ଫୋନି ପ୍ରଭାବିତ ଅଞ୍ଚଳକୁ ୫ ଲକ୍ଷ ପକ୍କା ଘର ଯୋଗାଇଦେବାକୁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖିଥିଲେ  ମୁଖ୍ୟମନ୍ତ୍ରୀ । ​‌  ଏବେ ଅପେକ୍ଷା  ଓଡିଶାକୁ  କେନ୍ଦ୍ରୀରୁ ​ ଫୋନି ସହାୟତା କେତେ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.