ଶିମିଳିପାଳ ଅଭୟାରଣ୍ୟରେ ନିଆଁକୁ ନେଇ ଚିନ୍ତା, ଆଜି ଆସିବ କେନ୍ଦ୍ରୀୟ ଟିମ୍

Published By : Prameya-News7 Bureau | March 11, 2021 IST

ଭୁବନେଶ୍ୱର ୧୧।୦୩: ଆଜି ଶିମିଳିପାଳ ଆସିବ କେନ୍ଦ୍ରୀୟ ଟିମ୍ । ଶିମିଳିପାଳ ବନାଞ୍ଚଳର ବିଭିନ୍ନ ସ୍ଥାନ ଜଳୁଥିବା ବେଳେ ଅନୁଧ୍ୟାନ ଲାଗି ଆଜି ପହଞ୍ଚିବ କେନ୍ଦ୍ରୀୟ ଟିମ୍ । ଓଡ଼ିଶାର ବିଜେପି ସାଂସଦଙ୍କୁ ଏହି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ।

ଗତକାଲି ରାଜ୍ୟ ବିଜେପି ୯ ଜଣ ସାଂସଦ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ଶିମିଳିପାଳରେ ଲାଗିଥିବା ନିଆଁ ସଂପର୍କରେ ଅବଗତ କରିଥିଲେ । ତୁରନ୍ତ ଘଟଣାସ୍ଥଳକୁ କେନ୍ଦ୍ରୀୟ ଟିମ୍ ପଠାଇବାକୁ ଅନୁରୋଧ କରିଥିଲେ । କାମ୍ପା ଫଣ୍ଡ ଖର୍ଚ୍ଚ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିବାକୁ ଦାବି କରିଛନ୍ତି ବିଜେପି ନେତା । ଏନେଇ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ଭେଟିଥିଲେ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ। ଶିମିଳିପାଳରେ ନିଆଁ ଲାଗିବା ଘଟଣାର ସତ୍ୟାସତ୍ୟ ଜାଣିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିବାକୁ ଅନୁରୋଧ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.