Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଶିମିଳିପାଳ ଆସିବ କେନ୍ଦ୍ରୀୟ ଟିମ୍, ନିଆଁ ଲାଗିଥିବା ସ୍ଥାନରେ କରିବେ ସମୀକ୍ଷା‌

10/03/2021 at 2:57 PM

ଭୁବନେଶ୍ୱର ୧୦।୦୩: ଆସନ୍ତାକାଲି ଶିମିଳିପାଳ ଆସିବ କେନ୍ଦ୍ରୀୟ ଟିମ୍ । ଶିମିଳିପାଳ ବନାଞ୍ଚଳର ବିଭିନ୍ନ ସ୍ଥାନ ଜଳୁଥିବା ବେଳେ ଅନୁଧ୍ୟାନ ଲାଗି ଆସନ୍ତାକାଲି ପହଞ୍ଚିବ କେନ୍ଦ୍ରୀୟ ଟିମ୍ । ଓଡ଼ିଶାର ବିଜେପି ସାଂସଦଙ୍କୁ ଏହି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ।

ଆଜି ରାଜ୍ୟ ବିଜେପି ୯ ଜଣ ସାଂସଦ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ଶିମିଳିପାଳରେ ଲାଗିଥିବା ନିଆଁ ସଂପର୍କରେ ଅବଗତ କରିଥିଲେ । ତୁରନ୍ତ ଘଟଣାସ୍ଥଳକୁ କେନ୍ଦ୍ରୀୟ ଟିମ୍ ପଠାଇବାକୁ ଅନୁରୋଧ କରିଥିଲେ । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ଶିମିଳିପାଳ ଆସିବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିବା କହିଛନ୍ତି ମୟୂରଭଂଜ ସାଂସଦ ବିଶେଶ୍ୱର ଟୁଡୁ ।

ସେହିପରି କାମ୍ପା ଫଣ୍ଡ ଖର୍ଚ୍ଚ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦଲବ କରିବାକୁ ଦାବି କରିଛନ୍ତି ବିଜେପି ନେତା । ଗତକାଲି କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ଭେଟିଥିଲେ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ। ଶିମିଳିପାଳରେ ନିଆଁ ଲାଗିବା ଘଟଣାର ସତ୍ୟାସତ୍ୟ ଜାଣିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିବାକୁ ଅନୁରୋଧ କରିଥିଲେ ।

   Related Posts