କେନ୍ଦ୍ରୀୟ ଟିମ୍ର ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ, ଆଜି ପୁରୀ ଜିଲ୍ଲା ଗସ୍ତ କରିବେ ଟିମ୍
17/09/2020 at 7:46 AM

ଭୁବନେଶ୍ୱର ୧୭।୦୯: ରାଜ୍ୟରେ ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରୁଛନ୍ତି ୬ ଜଣିଆ କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଆସିଛି ଏହି ଟିମ୍ । ଟିମ୍ ରେ କୃଷି, ଜଳସମ୍ପଦ, ସଡ଼କ ପରିବହନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ରହିଛନ୍ତି ।
ତେବେ ଗତକାଲି କେନ୍ଦ୍ରୀୟ ଟିମ୍ ସଦସ୍ୟମାନେ କେନ୍ଦ୍ରାପଡ଼ା , ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ଅଧିକାରୀ ଓ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି । ଆଜି ପୂର୍ବାହ୍ନରେ ଟିମ୍ ସଦସ୍ୟମାନେ ପୁରୀର ବନ୍ୟାଞ୍ଚଳ ବୁଲି ଦେଖିବେ । ଅପରାହ୍ନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
Related Posts
ଅଣ୍ଡରପାସିଂ ଖାଲରେ ବୁଡିଗଲେ ବ୍ୟକ୍ତି, ଚାଲିଗଲା ଜୀବନ
18 January 2021
ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
18 January 2021
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ
18 January 2021
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021