Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆନନ୍ଦପୁରଠାରେ ପ୍ରତିଷ୍ଠା ହେବ କେନ୍ଦ୍ରୀୟ ବିଦ୍ୟାଳୟ, ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍

26/07/2019 at 1:14 PM

ଆନନ୍ଦପୁର ୨୬|୭: କେନ୍ଦୁଝର ଜିଲ୍ଲା ଆନନ୍ଦପୁରଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ସ୍ଥାନୀୟ ଅଂଚଳବାସୀଙ୍କ ଆଶା ଆକାଂକ୍ଷା ଆଜି ଆଉ ପାଦେ ଆଗେଇଛି । ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଜି ଆନନ୍ଦପୁରଠାରେ ଏକ ଦୁଇ ଜଣିଆ ଟିମ୍ ପହଂଚି ପ୍ରସ୍ତାବିତ ଶିଆଡିମାଳିଆଠାରେ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ସମୟରେ ସ୍ଥାନୀୟ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ରବିନ୍ଦ୍ର ସାହୁ, ଆନନ୍ଦପୁର ତହସିଲଦାର ତପନ ନାୟକଙ୍କ ସମେତ ବହୁ ପ୍ରଶାସନିକ ପଦାଧିକାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ସ୍ଥାନୀୟ ପ୍ରଶାସନ ତରଫରୁ ଚିହ୍ନଟ ହୋଇଥତ୍ବା 8 ଏକର ଜାଗା ଓ ଏହାର ଆନୁସଙ୍ଗିକ ସୁବିଧା ସୁଯୋଗକୁ ନେଇ କେନ୍ଦ୍ରୀୟ ଟିମ୍ ସନ୍ତୁଷ୍ଟ ଥିବା ଜଣାଇଛନ୍ତି । ସ୍ଥାନୀୟ ପ୍ରଶାସନ ଓ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରେ ଆଉ କେତେକ ଔପଚାରିକତା ପୂରଣ ପରେ ଆଗାମୀ ଦୁଇ ମାସ ମଧ୍ୟରେ ବିଦ୍ୟାଳୟ ନିର୍ମ।ଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଉପଜିଲ୍ଲାପାଳ। 

   Related Posts