ଆଜି ଦ୍ବିତୀୟ ଦିନରେ ଫୋନି କ୍ଷୟକ୍ଷତି ଆକଳନ କରିବେ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍

Published By : Prameya-News7 Bureau | May 14, 2019 IST

ଭୁବନେଶ୍ବର ୧୪|୫: ଦ୍ବିତୀୟ ଦିନରେ ଫୋନି କ୍ଷୟକ୍ଷତି ଆକଳନ କରିବେ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ । ଆଜି କେନ୍ଦ୍ରୀୟ ଟିମ୍ ପୁରୀ ଏବଂ କଟକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ । ସେହିପରି ଟିମ୍-ବି ପୁରୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ । କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ୧୧ଜଣିଆ ଟିମ୍ ଏସଆରସିଙ୍କ ସହ ଆଲୋଚନା ପରେ ଦୁଇ ଭାଗରେ ବିଭକ୍ତ ହୋଇ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି ।

ଏହି ଟିମ୍‌ରେ ଥିବା ୫ ଜଣ ସଦସ୍ୟ ଗତକାଲି ପୁରୀର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । ବ୍ରହ୍ମଗିରି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । କୃଷ୍ଣପ୍ରସାଦ ବ୍ଲକର ଅରଖକୁଦା ଓ ବ୍ରହ୍ମଗିରି ବ୍ଲକ ଭୁବନପୁର ପଞ୍ଚାୟତର ହାସିନିପୁର ଗାଁ ବୁଲି ଦେଖିଥିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ । ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ଘର ବୁଲିବା ସହିତ ସ୍ଥାନୀୟ ଲୋକଙ୍କ ସହିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ । ସେପଟେ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଅଜୟ କୁମାରଙ୍କ ନେତୃତ୍ବରେ ଟିମ୍ ବି-ର ୬ ଜଣ ସଦସ୍ୟ ଜଟଣୀ ଏବଂ ତରାବୋଇ ତିରିମଲ୍ଲ ଆଦି ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଆକଳନ କରିଥିଲେ ।

ଏମାନଙ୍କ ସହିତ ଖୋର୍ଦ୍ଧା ପିଡି ସରୋଜ ମିଶ୍ରଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତି ଥିଲେ । କେନ୍ଦ୍ରୀୟ ଟିମ୍ ବାଲିପାଟଣା ବ୍ଲକର ଫୋନି ପ୍ରଭାବିତ ଅଞ୍ଚଳ ଆଇଟଳଙ୍ଗ ଗ୍ରାମର କ୍ଷତିଗ୍ରସ୍ତ କାଣ୍ଡୁରିବିଲ ଭୋଇସାହି ପରିଦର୍ଶନ କରି  ବିପନ୍ନଙ୍କୁ ଭେଟିବା ସହ ସ୍ଥିତି ସମୀକ୍ଷା କରିଛନ୍ତି । ୧୫ ତାରିଖରେ ଉଭୟ ଟିମ୍ ଭୁବନେଶ୍ବର ମ୍ୟୁନିସିପାଲିଟି ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟଶାସନ ସଚିବଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.