ଫୋନି କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ, ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଦେବେ ରିପୋର୍ଟ

Published By : Prameya-News7 Bureau | May 12, 2019 IST

ଭୁବନେଶ୍ବର ୧୨|୫: ସାମୁଦ୍ରିକ ଝଡ଼ ଫୋନି ଦ୍ବାରା ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ପ୍ରତିନିଧି ଦଳ ଆଜି  ଓଡ଼ିଶା ଆସୁଛନ୍ତି । କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ଅତିରିକ୍ତ ସଚିବ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ୧୦ଜଣିଆ ଆନ୍ତଃ ମନ୍ତ୍ରଣାଳୟ ପ୍ରତିନିଧି ଦଳ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡ଼ିଶା ଆସୁଛନ୍ତି ।

{"id":111011}

କେନ୍ଦ୍ରୀୟ ଟିମ୍ ପ୍ରଭାବିତ ଅଞ୍ଚଳର କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବ । ୧୫ତାରିଖରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ କେନ୍ଦ୍ରୀୟ ଟିମ୍ । ସେହିପରି ସୋମବାର କେନ୍ଦ୍ର ସରକାରଙ୍କ ବିଦ୍ୟୁତ୍ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଓଡ଼ିଶା ଆସିବ । ଯେଉଁଥିରେ ଟେଲିକମ୍ ଏବଂ ବ୍ୟାଙ୍କିଙ୍ଗ ସେକ୍ରେଟାରୀ ଏବଂ ଅଧିକାରୀ ଉପସ୍ଥିତ ରହିବେ ।

{"id":111013}

ଏହାସହ ଆସନ୍ତା ସପ୍ତାହରେ ଗୃହ ବିଭାଗର ଏକ ଟିମ୍ ଫୋନି ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନରେ ଆସିବ । ଓଡ଼ିଶା ଗସ୍ତ ଅବସରରେ ସେମାନେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଠାରୁ ଫେରି ସେମାନେ କ୍ଷୟକ୍ଷତି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.