ବାଲେଶ୍ବର ଓ କେନ୍ଦ୍ରାପଡା ଅଭିମୁଖେ କେନ୍ଦ୍ରୀୟ ଟିମ୍, ଦୁଇ ଦିନ ଧରି ‘ଅମ୍ଫାନ୍’ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ

Published By : Prameya-News7 Bureau | June 04, 2020 IST

ଭୁବନେଶ୍ବର ୪।୬: ଓଡିଶାର ‘ଅମ୍ଫାନ’ କ୍ଷତିଗ୍ରସ୍ତ ଅଞ୍ଚଳରେ ଅନୁଧ୍ୟାନ କରିବାକୁ ଭୁବନେଶ୍ବରରେ ୭ ଜଣିଆ କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି । ଏହି ଟିମ୍ ସକାଳୁ ବାଲେଶ୍ବର ଓ କେନ୍ଦ୍ରାପଡା ଅଭିମୁଖେ ବାହାରିଛନ୍ତି । ଗୃହ ବିଭାଗର ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ବରେ ଆସିଛି ଏହି ଟିମ୍ ।

{"id":280947,"sizeSlug":"large"}

ଏହି ଟିମ୍ ରେ ଅଛନ୍ତି କୃଷି ବିଭାଗର ଆସିଷ୍ଟାଣ୍ଟ କମିଶନର ସୋମନାଥ ଅଗସ୍ତମଣି । ପଶୁ ସମ୍ପଦ ବିଭାଗର ଆସିଷ୍ଟାଣ୍ଟ କମିଶନର ଏସ୍.କେ. ରଥ, ଶକ୍ତି ବିଭାଗର NRLK ପ୍ରସାଦ, ପରିବହନ ବିଭାଗର ଡି.ଏନ୍. ସୋହେ, ଜଳସମ୍ପଦ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଅମରେଶ ପାଲ୍ ସିଂ । ଏହି ଟିମ୍ ୨ ଭାଗ ହୋଇ ‘ଅମ୍ଫାନ’ ପ୍ରଭାବିତ ୪ଟି ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରିବେ ।

{"id":280948,"sizeSlug":"large"}

ପ୍ରଥମ ଟିମ୍ ଆଜି ବାଲେଶ୍ବର ଯିବ ଏବଂ ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ କ୍ଷୟକ୍ଷତିର ଆକଳନ କରିବ । ଦ୍ବିତୀୟ ଟିମ୍ ଆଜି କେନ୍ଦ୍ରାପଡା ଯିବ ଏବଂ କାଲି ଜଗତସିଂହପୁର ଯିବାର କାର୍ଯ୍ୟକ୍ରମ ରହିଛି । ୨ ଦିନ ଫିଲ୍ଡ ଭିଜିଟ୍ ପରେ କେନ୍ଦ୍ରୀୟ ଟିମ୍ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବେ । ‘ଅମ୍ଫାନ’ରେ ଓଡିଶାରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ଏହି ଟିମ୍ ।

{"id":280949,"sizeSlug":"large"}

ଏହା ଆଗରୁ ‘ଅମ୍ଫାନ୍’ କ୍ଷତିଗ୍ରସ୍ତ ଅଞ୍ଚଳରୁ ଆକାଶ ମାର୍ଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଧ୍ୟାନ କରିବା ସହ ତୁରନ୍ତ ୫ଶହ କୋଟି ଟଙ୍କାର ସହାୟତା ମଞ୍ଜୁର କରିଥିଲେ । ତେବେ ପୂରା କ୍ଷୟକ୍ଷତିର ପରିମାଣ ଆକଳନ କରିବାକୁ ଆସିଛି କେନ୍ଦ୍ରୀୟ ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.