ଗଞ୍ଜାମ ଜିଲ୍ଲାରେ କେନ୍ଦ୍ରୀୟ ଟିମ୍, ମନରେଗା କାର୍ଯ୍ୟର କଲେ ସମୀକ୍ଷା

Published By : Prameya-News7 Bureau | February 24, 2021 IST

ସାନଖେମୁଣ୍ଡି ୨୪।୨: ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ ମନରେଗା ସମେତ ବହୁ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍ । ଜିଲ୍ଲାର ପାତ୍ରପୁର, ଚିକିଟି, ଦିଗପହଣ୍ଡି, ସାନଖେମୁଣ୍ଡି ଭଳି ଅନେକ ବ୍ଲକ ବୁଲି ମନରେଗା କାର୍ଯ୍ୟ ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହାସହ ଏହି କାର୍ଯ୍ୟରେ ସମ୍ପୃକ୍ତ ଯନ୍ତ୍ରୀ ଏବଂ କର୍ମଚାରୀମାନଙ୍କୁ ପରାମର୍ଶ ଦେବା ସହ କାଗଜ ପତ୍ର ଯାଞ୍ଚ କରିଛନ୍ତି । କେଉଁ ପ୍ରକଳ୍ପରେ କେତେ ଶ୍ରମିକ ନିୟୋଜିତ ହୋଇଛନ୍ତି, କିଭଳି କାର୍ଯ୍ୟ ହେଉଛି ସେ ସବୁର ତଦାରଖ କରିଥିଲେ ।

{"id":413967,"sizeSlug":"large","linkDestination":"none"}

ଅନ୍ୟପଟେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ସକାଳୁ ଦିଗପହଣ୍ଡି ସହରରେ ପହଞ୍ଚି ପରିମଳ ବ୍ୟବସ୍ଥାର ତଦାରଖ କରିଥିଲେ । ଏହାସହ ନିମପଲୀ ନିକଟରେ ହୋଇଥିବା ବର୍ଜ୍ୟବସ୍ତୁ ପ୍ଲାଣ୍ଟ ବୁଲି ଦେଖିଥିଲେ । ପରିମଳ ବ୍ୟବସ୍ଥା ସହରରେ ଠିକ୍ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ପ୍ଲାଣ୍ଟ ପରିଚାଳନା ଦିଗ ସଂପର୍କରେ ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଦିଗପହଣ୍ଡି ତହସିଲଦାର ଆଦିତ୍ୟ ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ ଦିଗପହଣ୍ଡି ବ୍ଲକ୍ ଅଧିକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.