Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କୋଭିଡ଼ ସ୍ଥିତି ଅନୁଧ୍ୟାନ ଶେଷ, ଫେରିଲା କେନ୍ଦ୍ରୀୟ ଟିମ୍‌

11/07/2021 at 12:40 PM

ଭୁବନେଶ୍ୱର ୧୧।୦୭: ଫେରିଗଲା କେନ୍ଦ୍ରୀୟ ଟିମ୍ । ରାଜ୍ୟରେ କରୋନା ସ୍ଥିତିର ଅନୁଧ୍ୟାନ ପରେ ଫେରିଯାଇଛି କେନ୍ଦ୍ରୀୟ ଟିମ୍‌ । ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଛନ୍ତି କେନ୍ଦ୍ରୀୟ ଟିମ୍‌ ।

ଖବର ଅନୁଯାୟୀ, ଗତ ୫ତାରିଖରେ ରାଜ୍ୟରେ କରୋନା ପରିସ୍ଥିତିର ଅନୁଧ୍ୟାନ ପାଇଁ ଓଡିଶା ଆସିଥିଲେ କେନ୍ଦ୍ରୀୟ ଟିମ୍‌ ।  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତ ହୋଇଥିଲେ ଦୁଇ ଜଣ ସଦସ୍ୟ । ତେବେ ଓଡିଶା ଗସ୍ତ ଅବସରରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ତଥ୍ଯ ସମ୍ବଳିତ ରିପୋର୍ଟ ପ୍ରଦାନ କରିଛି ଟିମ୍ । ରିପୋର୍ଟରେ କରୋନା ସ୍ଥିତିର ଉନ୍ନତି ଆଣିବା ପାଇଁ କିଛି ପରାମର୍ଶ ମଧ୍ଯ ଦିଆଯାଇଛି ।  

ଶୁକ୍ରବାର ଟିମ୍ ଗସ୍ତ ଶେଷ କରିଥିବା ସୂଚନା ରହିଛି । ଏହି ୨ ଜଣିଆ ଟିମରେ ଏଆଇଆଇପିଏଚ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ହାଇଜିନ୍ ଆଣ୍ଡ ପବ୍ଲିକ ହେଲଥ)ର ବିଶେଷଜ୍ଞ ତଥା ଭୁବନେଶ୍ଵର ଏମ୍ସର ପ୍ରଫେସର ଥିଲେ ସାମିଲ ।  ଗସ୍ତ ଅବସରରେ ଟିମ୍ ରାଜ୍ୟ  ସରକାରଙ୍କ ଅଧିକାରୀଙ୍କ ସହ ମଧ୍ଯ ଆଲୋଚନା କରିଥିଲେ ।

   Related Posts