ଚକଡା ପୋକର ଅନୁଧ୍ୟାନ ପାଇଁ ବଲାଙ୍ଗୀରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ; ସିଧା ସଳଖ ହେଲେ ଚାଷୀଙ୍କ ସହ କଥାବାର୍ତ୍ତା

Published By : Prameya-News7 Bureau | October 07, 2018 IST

ବଲାଙ୍ଗୀର ୭/୧୦ : ମାଡି ଚାଲିଛି ଚକଡା। ଏ ଗାଁରୁ ସେ ଗାଁ ଏ ଖେତରୁ ସେ ଖେତକୁ ଏବେ ବ୍ୟାପିବାରେ ଲାଗିଛି। ପରିସ୍ତିତି ଧିରେ ଧିରେ ଭୟାବହ ହେବାକୁ ବସିଲାଣି । ଏଭଳି କରିସ୍ତିତି ରେ ଧାନ ଖେତରେ ବିଭିନ୍ନ ପ୍ରକାର ରାସାୟନିକ ଓୌଷଧ ଦେବାରେ ଲାଗିଛି ଚାଷୀ। ହେଲେ ତାହା ମଧ୍ୟ କାମ ଦେଉନି। ଏହାକୁ ନେଇ ଅନୁଧ୍ୟାନ ପାଇଁ ବଲାଙ୍ଗୀରରେ ପହଞ୍ଚିଛନ୍ତି ୪ ଜଣିଆ କେନ୍ଦ୍ରୀୟ ଟିମ। ଚାଷୀର ଖେତକୁ ବୁଲି ଦେଖିବା ସହ ସିଧା ସଳଖ ଚାଷୀ ସହ କଥା ହୋଇ ବୁଝି ଛନ୍ତି ତାଙ୍କ ସ୍ତିତି। ତେବେ ଆଜି ସକାଳୁ ରାହୁଲ ମିଶ୍ରଙ୍କ ନେତୃତ୍ବରେ କେନ୍ଦ୍ର ସିଆଇପିଏମ ଟିମ ବଳାଙ୍ଗୀର ରେ ପହଞ୍ଚିଥିଲେ। ସେଠାରୁ ବଲାଙ୍ଗୀର ପୁଇଁନ୍ତଳା , ଦେଓଗାଁ ସହ ସଦର ବ୍ଲକ ର ୪ ଟି ପଞ୍ଚାତକୁ ବୁଲି ଦେଖିବା ସହ ଚାଷୀଙ୍କ ସହ କଥା ହୋଇଥିଲା। ତେବେ ସବୁଠୁ ବେସି ଚକଡା ପୋକରେ ଧାନ ନଷ୍ଟ ହୋଥିବା ୪ ଟି ପଞ୍ଚାତ ମାଧିଆ ପାଲି, କୁଡାସିଂହା, ଚନ୍ଦଭାଟି, ସାହାଜବାହାଲ ପଞ୍ଚାତର ବିଭିନ୍ନ ଗ୍ରାମକୁ ଯାଇ ସେଠାରେ ଖେତରେ ଚକାଡା କେତେ ପରିମାଣ ଲାଗିଛି କଣ ରହିଛି ପରିସ୍ତିତି ତାହା କରଖିବା ସହ ନମୁନା ସଂଗ୍ରହ କରିଛନ୍ତି ।ଏଥି ସହିତ କଣ ଅସୁବିଧା ରହିଛି ଚାଷୀଙ୍କ ତାହା ବୁଝି ଛନ୍ତି। ତେବେ ପରିସ୍ତିତି କିଛି ଟା ଖରାପ ଥିବା ବେଳେ ଏହାର ତୁରନ୍ତ ସମାଧାନ କରାଯିବା ଆବଶ୍ୟକ ରହିଥିବା କହିଛନ୍ତି କେନ୍ଦ୍ରୀୟ ଟିମ। ତା ସହ ବଲାଙ୍ଗୀର କୃଷି ଅଧିକାରୀ ଯଉ ସ୍ଥାନରେ ଚକଡା ଶିକାର ହୋଇଛନ୍ତି ଚାଷୀ ସେମାନଙ୍କ ଖେତରେ ଓୌଷଧ ଦିଆଯିବା ର କାର୍ଯ୍ୟକ୍ରମ ଭଲ ଭାବରେ କରାଯାଉଥିବା କହିଛନ୍ତି ଟିମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.