ବାତ୍ୟା ଫୋନି କ୍ଷୟକ୍ଷତି ଆକଳନ ଏବଂ ସ୍ଥିତି ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ରୀୟ ଟିମ୍‌ର ଆଲୋଚନା

Published By : Prameya-News7 Bureau | May 15, 2019 IST

ଭୁବନେଶ୍ବର ୧୫|୫: ବାତ୍ୟା ଫୋନି କ୍ଷୟକ୍ଷତି ଆକଳନ ଏବଂ ସ୍ଥିତି ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ୍ । ଆଲୋଚନା ପରେ ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ଯେ, ପ୍ରାଥମିକ ଭାବେ କେନ୍ଦ୍ରୀୟ ଟିମ୍‌କୁ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ଆକଳନ ଦିଆଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ଦିଆଯିବ । ଚୂଡାନ୍ତ ରିପୋର୍ଟରେ କ୍ଷୟକ୍ଷତିର ପରିମାଣ ବଢି ପାରେ । ରିଲିଫ୍‌ ନିୟମରେ କେତେକ ପରିବର୍ତ୍ତନ ପାଇଁ ମଧ୍ୟ କେନ୍ଦ୍ରୀୟ ଟିମ୍ ନିକଟରେ ଦାବି କରାଯାଇଛି । ଯେଉଁଥିରେ କ୍ଷତି ହୋଇଥିବା ହାଇ ପାୱାର ଟ୍ରାନ୍ସମିଶନ ଲାଇନ ଭରଣା ପାଇଁ ଦାବି ହୋଇଛି । ୩୦୦ କୋଟି ଟଙ୍କାର ବ୍ରଏଲର କୁକୁଡା ଚାଷ କ୍ଷତି ହୋଇଛି । ତାକୁ ମଧ୍ୟ ଭରଣା ପାଇଁ କେନ୍ଦ୍ରୀୟ ଟିମ୍‌ ନିକଟରେ ଦାବି ହୋଇଛି ।

ଅନ୍ୟପଟେ କେନ୍ଦ୍ରୀୟ ଟିମ୍‌ର ନେତୃତ୍ବ ନେଇଥିବା ଅତିରିକ୍ତ ଗୃହ ସଚିବ ବିବେକ ଭରଦ୍ବାଜ କହିଛନ୍ତି କେନ୍ଦ୍ରୀୟ ଟିମ୍ ସମସ୍ତ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଛନ୍ତି । କୌଣସି ସ୍ଥାନରେ ବାତ୍ୟା ପରେ ଏତେ ବଡ କେନ୍ଦ୍ରୀୟ ଟିମ୍ ଏତେ କମ୍‌ ସମୟସୀମା ମଧ୍ୟରେ ଆସି ସ୍ଥିତି ଅନୁଧ୍ୟାନ କରିବା ଏହା ପ୍ରଥମ । କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରଦାନ କରିବୁ ।
ବାତ୍ୟା ପରେ ରାଜ୍ୟ ସରକାର ତ୍ବରିତ ଗତିରେ କାମକୁ ପ୍ରଶଂସା କଲେ । ସବୁ ସ୍ଥାନରେ ରିଲିଫ ପହଞ୍ଚି ପାରିଛି ଓ ଆର୍ଥିକ ସହାୟତା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.