ସାମୁଦ୍ରିକ ଝଡ ‘ବୁଲ୍‌ବୁଲ୍‌’ର କ୍ଷୟକ୍ଷତି ଆକଳନ ପାଇଁ ଏରସମାରେ କେନ୍ଦ୍ରୀୟ ଟିମ୍

Published By : Prameya-News7 Bureau | November 15, 2019 IST

ପାରାଦୀପ ୧୫।୧୧: ୧୫।୧୧: ସାମୁଦ୍ରିକ ଝଡ ‘ବୁଲବୁଲ’ ଯୋଗୁଁ ରାଜ୍ୟରେ କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ୍ ଓଡିଶା ଆସିଛନ୍ତି । ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସହେଲି ଘୋଷ ରୟଙ୍କ ନେତୃତ୍ବରେ ୭ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶା ଆସିଛନ୍ତି ।

{"id":184483,"sizeSlug":"large"}

ସୂଚନାଯୋଗ୍ୟ ଯେ , ବାତ୍ୟା ବୁଲବୁଲ ପ୍ରଭାବରେ ଜଗତସିଂହପୁର ଜିଲ୍ଲାର  ବିଶେଷ ଭାବେ କ୍ଷୟକ୍ଷତି ହୋଇଥିଲା। ବାତ୍ୟା  ବୁଲବୁଲର କ୍ଷୟକ୍ଷତି ଆକଳନ କରିବା ପାଇଁ  କେନ୍ଦ୍ରୀୟ ଟିମ୍ ର ତିନି ଜଣିଆ ସଦସ୍ୟ ହେଲିକପ୍ଟର ଯୋଗେ ଷଣ୍ଢକୁଦଠାରେ ପହଞ୍ଚି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏରସମା ଅଞ୍ଚଳର ଗଡ଼ହରିଶପୁର ବାତ୍ୟା ବୁଲବୁଲରେ ଅଧିକ କ୍ଷୟକ୍ଷତି ହୋଇଥିଲା । କେନ୍ଦ୍ରୀୟ ଟିମ୍ ସେହି ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ। ଟିମ୍‌ଙ୍କ  ସହ  ଜିଲ୍ଲାପାଳ ସମସ୍ତ ଅଞ୍ଚଳ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.