ସାମୁଦ୍ରିକ ଝଡ ‘ବୁଲ୍‌ବୁଲ୍‌’ର କ୍ଷୟକ୍ଷତି ଆକଳନ ପାଇଁ ରାଜନଗରରେ କେନ୍ଦ୍ରୀୟ ଟିମ୍

Published By : Prameya-News7 Bureau | November 15, 2019 IST

ପଟ୍ଟାମୁଣ୍ଡାଇ ୧୫।୧୧: ସାମୁଦ୍ରିକ ଝଡ ‘ବୁଲବୁଲ’ ଯୋଗୁଁ ରାଜ୍ୟରେ କ୍ଷୟକ୍ଷତି ଆକଳନ କରିବା ପାଇଁ ଓଡିଶା ଆସିଛନ୍ତି କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସହେଲି ଘୋଷ ରୟଙ୍କ ନେତୃତ୍ବରେ ୭ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶା ଆସିଛନ୍ତି ।

{"id":184413,"sizeSlug":"large"}

ସୂଚନାଯୋଗ୍ୟ ଯେ , ବାତ୍ୟା ବୁଲବୁଲ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳ ବିଶେଷ ଭାବେ କ୍ଷୟକ୍ଷତି ହୋଇଥିଲା। ବାତ୍ୟା ବୁଲବୁଲର କ୍ଷୟକ୍ଷତି ଆକଳନ କରିବା ପାଇଁ  କେନ୍ଦ୍ରୀୟ ଟିମ୍ ରାଜନଗର ବ୍ଲକ ଗସ୍ତ କରିଛନ୍ତି । ହେଲିକପ୍ଟର ଯୋଗେ ତାଳଚୁଆରେ ପହଂଚିବା ପରେ ରଙ୍ଗଣି , ବାଘମାରି, କେରୁଆପାଳ ଆଦି ସ୍ଥାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଟିମରେ କେନ୍ଦ୍ରୀୟ ଟିମର ଚାରିଜଣ ସଦସ୍ୟଙ୍କ ସମେତ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.