ସାମୁଦ୍ରିକ ଝଡ ‘ବୁଲ୍ବୁଲ୍’ର କ୍ଷୟକ୍ଷତି ଆକଳନ କରିବେ କେନ୍ଦ୍ରୀୟ ଟିମ୍
14/11/2019 at 10:02 AM

ଭୁବନେଶ୍ବର ୧୪।୧୧: ସାମୁଦ୍ରିକ ଝଡ ‘ବୁଲବୁଲ’ ଯୋଗୁଁ ରାଜ୍ୟରେ କ୍ଷୟକ୍ଷତି ଆକଳନ କରିବା ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସହେଲି ଘୋଷ ରୟଙ୍କ ନେତୃତ୍ବରେ ୭ ଜଣିଆ କେନ୍ଦ୍ରୀୟ ଟିମ୍ ଆଜି ଭଦ୍ରକ ଯିବେ । ପରେ କ୍ଷେତ୍ରୀୟ ପରିଦର୍ଶନରେ ବାକି ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ।
ଶୁକ୍ରବାର ଟିମ୍ କେନ୍ଦ୍ରାପଡା ପରିଦର୍ଶନରେ ଯାଇ ଅପରାହ୍ନରେ ଭୁବନେଶ୍ବର ଫେରି ଆସିବେ। ଅପରାହ୍ନ ୫ଟା ୩୦ରେ କେନ୍ଦ୍ରୀୟ ଟିମ୍ ମୁଖ୍ୟ ପ୍ରଶାସକ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠରେ ଯୋଗଦେବେ ।
କେନ୍ଦ୍ରୀୟ ଟିମରେ ସଦସ୍ୟମାନେ ହେଲେ ଶକ୍ତି ମନ୍ତ୍ରଣାଳୟର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଙ୍ଘଲ, ଡିପାର୍ଟମେଣ୍ଟ ଅଫ ଏକ୍ପପେଣ୍ଡିଚରର ପରାମର୍ଶଦାତା ଦିନା ନାଥ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଉପ ସଚିବ ଏସ.ଏସ. ମୋଦି, ସିଡବ୍ଲୁସିର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଅମରିଶ ପାଲ ସିଂ, ପାଟନା କୃଷି ବିଭାଗର ନିର୍ଦ୍ଦେଶକ ଡ.ବିରେନ୍ଦ୍ର ସିଂ ଓ ସଡକ ଓ ପରିବହନ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟର ସୁନୀଲ କୁମାର।