ଯାଜପୁରରେ କେନ୍ଦ୍ରୀୟ ଟିମ୍, ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ

Published By : Prameya-News7 Bureau | September 16, 2020 IST

ଚଣ୍ଡିଖୋଲ,୧୬ ।୦୯: ବୁଧବାର କେନ୍ଦ୍ରୀୟ ଟିମ୍ ଯାଜପୁର ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । ଟିମ୍‌ର ସଦସ୍ୟ ବନ୍ୟା ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି ।

ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ  କେନ୍ଦ୍ରୀୟ ଟିମ୍ ଧର୍ମଶାଳା ବ୍ଲକର ଖଣ୍ଡାଷଲଙ୍କା ବାଲିକୁଦା ଗସ୍ତ କରି ଫେରିଯାଇଛନ୍ତି। ଆସନ୍ତାକାଲି ଦଶରଥପୁର ଏବଂ ବରୀ ବ୍ଲକ ଗସ୍ତ କରି ବନ୍ୟା କ୍ଷୟକ୍ଷତି ଆକଳନ କରିବ ଟିମ୍।  ଏହି ଗସ୍ତ ସମୟରେ ଯାଜପୁର ଏଡିଏମ୍,ଧର୍ମଶାଳା ତହସିଲଦାର ଓ ବିଡ଼ିଓ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଚଳିତ ବନ୍ୟାରେ ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳରେ ଘାଇ ସୃଷ୍ଟି ହେବା ଫଳରେ ବହୁ କ୍ଷତି ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.