Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଭଦ୍ରକରେ କେନ୍ଦ୍ରୀୟ ଟିମ୍ : ବୁଲି ଦେଖିଲେ ବନ୍ୟା ପ୍ରଭାବିତ ଅଞ୍ଚଳ, ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ କଲେ ଆଲୋଚନା

16/09/2020 at 5:16 PM

ଭଦ୍ରକ,୧୬ ।୦୯: କେନ୍ଦ୍ରୀୟ ଟିମ୍ ଭଦ୍ରକ ଜିଲ୍ଲା ଗସ୍ତ କରି ବିଭିନ୍ନ ବନ୍ୟାଞ୍ଚଳ ବୁଲିବା ସହ ଚାଷୀଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଏହି ଟିମ୍‌ ସହ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ।

ବନ୍ୟାଞ୍ଚଳ ବୁଲିଲେ, ଚାଷୀ ଓ ବନ୍ୟା ବିପନ୍ନଙ୍କ ସହ କଥା ହେଲେ କେନ୍ଦ୍ରୀୟ ଟିମ୍ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କୋଠାର, ବୟାଙ୍ଗଡ଼ିହି, ଛନ୍ଦାସାହି, ଲେଞ୍ଜରା ଆଦି ଅଞ୍ଚଳରେ ବୁଲିଛନ୍ତି ଏହି ଟିମ୍ । ଟିମ୍ ସହ ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତଥିଲେ । ବନ୍ୟାଞ୍ଚଳର କ୍ଷୟକ୍ଷତି ମଧ୍ୟ ଟିମ୍ ବୁଲି ଦେଖିଛନ୍ତି ।ଏହାସହ ବନ୍ୟା ବିପନ୍ନ, ଚାଷୀ ଓ ସ୍ଥାନୀୟ ଲୋକଙ୍କ ଆଲୋଚନା କରିବା ସହ କ୍ଷୟକ୍ଷତି ନେଇ ଜିଲ୍ଲାସ୍ଥରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବନ୍ୟା ପରେ ବନ୍ୟା ପ୍ରଭାବିତ ଚାଷ ପ୍ରଣାଳୀ ଓ ଅନ୍ୟାନ୍ୟ କ୍ଷୟକ୍ଷତି ବିଷୟରେ ଆଲୋଚନା କରିଛନ୍ତି । ଆହୁରି ମଧ୍ୟ ଟିମ୍ ବନ୍ୟାର କାରଣ ଓ ନିରାକରଣ ବିଷୟରେ ବନ୍ୟା ପ୍ରପୀଡ଼ିତଙ୍କ ସହ କଥା ହୋଇଛନ୍ତି ।

ବନ୍ୟା ପରର ସ୍ଥିତି ନେଇ କେନ୍ଦ୍ରୀୟ ଟିମର ଟିମ୍ ମୁଖ୍ୟ ଓ ଅନ୍ୟ ସଦସ୍ୟଙ୍କ ସହ  ଜିଲ୍ଲାପାଳ ଓ ଜିଲ୍ଲା ସ୍ଥରୀୟ ଅଧିକାରୀ ଆଲୋଚନା କରିଥିଲେ । ତେବେ କ୍ଷୟକ୍ଷତିର ଆକଳନର ରିପୋର୍ଟ ବିଷୟରେ କେନ୍ଦ୍ରୀୟ ଟିମ୍ ସହ ବିସ୍ତୃତ ଆଲୋଚନା ହୋଇଥିବା ସୂଚନା ମିଳିଛି ।  ଚାଷ ଓ ଅନ୍ୟାନ୍ୟ କ୍ଷୟକ୍ଷତିକୁ କେମିତି ବନ୍ୟା ପ୍ରତିରୋଧୀ କରିହେବ ସେ ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି। ତେବେ ଜିଲ୍ଲା ପ୍ରଶାସନ ସହ ସମୀକ୍ଷା ପରେ କେନ୍ଦ୍ରୀୟ ଟିମ୍ ଅନ୍ୟ କେତେକ ଅଞ୍ଚଳ ପରିଦର୍ଶନରେ ଯିବାର ସମ୍ଭାବନା ରହିଛି ।

   Related Posts