ରାଗ ଦେଖାଇଲେ ମମତା, କହିଲେ- ରାଜନୈତିକ ଭାଇରସ୍ ସଂକ୍ରମିତ କରିବାକୁ ଆସିଥିଲେ କେନ୍ଦ୍ରୀୟ ଟିମ୍
25/04/2020 at 9:13 PM

ନୂଆଦିଲ୍ଲୀ ୨୫।୦୪: କରୋନା ସଙ୍କଟ ସମୟରେ କେଉଁ ରାଜ୍ୟର ସ୍ଥିତି କେମିତି ରହିଛି, ଏହାର ସ୍ଥିତି ପରଖିବା ଲାଗି ଗଠିତ କେନ୍ଦ୍ରୀୟ ଟିମ୍କୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ଚରମରେ ପହଞ୍ଚିଛି। ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ପଠାଇବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହଜମ କରି ପାରି ନାହାନ୍ତି। ଏପରିକି ସେ କହିଛନ୍ତି ଯେ, କେନ୍ଦ୍ରୀୟ ଟିମ୍ ରାଜ୍ୟରେ ରାଜନୈତିକ ଭାଇରସ୍ ସଂକ୍ରମିତ କରିବାକୁ ଆସିଥିଲେ। ଏହା ପୂର୍ବରୁ ପଶ୍ଚିମବଙ୍ଗ ଯାଇଥିବା କେନ୍ଦ୍ରୀୟ ଟିମ୍ କରୋନା ରୋଗୀ ଓ ସ୍ଵାସ୍ଥ୍ୟକର୍ମୀ ବାସ୍ତବିକ ସ୍ଥିତି ଓ ତଥ୍ୟ ନଦେବା ନେଇ ରାଜ୍ୟ ସରକାର ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।
ପୁରୁଣା ରାଗ ଦେଖାଇଲେ ଦିଦି
କେନ୍ଦ୍ରୀୟ ଟିମ୍ଙ୍କ କହିବା କଥା ରାଜ୍ୟ ସରକାରଙ୍କୁ ୪ ପତ୍ର ଲେଖାଯାଇଛି, ଏହା ସତ୍ଵେ ବି ସରକାର ରାଜ୍ୟରେ ପ୍ରତିଷ୍ଠା କୋଭିଡ୍-୧୯ ହସ୍ପିଟାଲ, କ୍ଵାରେଣ୍ଟାଇନ କେନ୍ଦ୍ର ଓ କଣ୍ଟେନମେଣ୍ଟ ଜୋନ୍ର ବାସ୍ତବ ତଥ୍ୟ ଉପଲବ୍ଧ କରାଇ ନାହାନ୍ତି। କେନ୍ଦ୍ରୀୟ ଟିମ୍ ଏହାକୁ ନେଇ ପ୍ରଶ୍ନ କରିବାକୁ ଚିହିଙ୍କି ଉଠିଛନ୍ତି ଦିଦି। ନିଜର ପୁରୁଣା ରାଗ ଦେଖାଇଛନ୍ତି। ସେ କହିଛନ୍ତି ଯେ, କୋଭିଡ୍-୧୯ ସ୍ଥିତିର ଆକଳନ କରିବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିବା ଆନ୍ତଃମନ୍ତ୍ରିସ୍ତରୀୟ କେନ୍ଦ୍ରୀୟ ଟିମ୍ କିଛି କରି ନାହାନ୍ତି। କେନ୍ଦ୍ରୀୟ ଟିମ୍ର ପ୍ରକୃତ ଉଦ୍ଦେଶ୍ୟ ରାଜ୍ୟରେ ରାଜନୈତିକ ଭାଇରସ୍ ସଂକ୍ରମିତ କରିବାର ଥିଲା। ଆଉ ଏହି ଟିମ୍ ବେଲଜ୍ଜା ଭାବେ ଏହି କାମ କରୁଛନ୍ତି।
ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଭିଡ୍-୧୯ ଉପରେ କୋଲକାତା ସମେତ ଦେଶର କିଛି ସହରରେ କେନ୍ଦ୍ର ଦ୍ଵାରା ଟିମ୍ ପଠାଇବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲେ। ମମତା ବାନାର୍ଜୀ ପ୍ରଶ୍ନ କରିଥିଲେ ଯେ, କେଉଁ ଆଧାରରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଟିମ୍ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଅପିଲ୍ କରିଥିଲେ, କେନ୍ଦ୍ରୀୟ ଟିମ୍ ରାଜ୍ୟଗୁଡିକୁ ପଠାଇବାର ଆଧାର ପ୍ରଥମେ ଜଣାନ୍ତୁ। ନହେଲେ ସେ ଟିମ୍କୁ ନିଜ ରାଜ୍ୟରେ ପଶିବାକୁ ଦେବେ ନାହିଁ।