Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କରୋନା ଭାଇରସ୍ ମୁକାବିଲା ଲାଗି ଏସସିବିରେ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍

6/02/2020 at 5:26 PM

କଟକ ୬/୨: କରୋନା ଭାଇରସ୍ ମୁକାବିଲା ଲାଗି ଏସସିବିରେ କରାଯାଇଥିବା ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛି କେନ୍ଦ୍ରୀୟ ଟିମ୍ । ଆଜି ଅପରାହ୍ନରେ ତିନିଜଣିଆ କେନ୍ଦ୍ରୀୟ ଟିମ୍‌ କଟକ ଏସିବିରେ ଖୋଲା ଯାଇଥିବା ଆଇସୋଲେସନ୍‌ ଓ୍ଵାର୍ଡ ପରିଦର୍ଶନ କରିବା ସହିତ ଭିତ୍ତିଭୂମି ଯାଞ୍ଚ୍‌ କରିଥିଲେ । ଭିତ୍ତିଭୂମିକୁ ନେଇ ତିନି ଜଣିଆ କେନ୍ଦ୍ରୀୟ ଟିମ୍ ସନ୍ତୋଷ ପ୍ରକାଶ କରିଛନ୍ତି ।

  ଆଉ କିଛି ସୁବିଧା କରିବାକୁ ଟିମ୍ ସ୍ବାସ୍ଥ୍ୟ ବିଭାକୁ ପରାମର୍ଶ ଦେଇଛି। ଭୂବନେଶ୍ବର ଏୟାର ପୋର୍ଟ ମଧ୍ୟ ପରିଦର୍ଶନ କରିଛି ​‌କେନ୍ଦ୍ରୀୟ ଟିମ୍ । ଏସସିବିରେ ଏବେ ଦୁଇ ଜଣ କରୋନାଭାଇରସ୍‌ ସନ୍ଦିଗ୍ଧଙ୍କ ଚିକିତ୍ସା ଚାଲିଛି। ଦୁଇ ଜଣଙ୍କ ରକ୍ତ ନମୁନା ପାରୀକ୍ଷା ଲାଗି ପୁନେ ପଠା ଯାଇଛି । ରିପୋର୍ଟ ଆସିବା ପରେ ଦୁହେଁ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇଯିବ ।

କରୋନା ଭୟ ମନରୁ ନ ଲିଭୁଣୁ ଏବେ ସ୍ବାଇନ ଫ୍ଲୁ ଭୟ ଘାରିଛି । ଏ ବର୍ଷର ପ୍ରଥମ ସ୍ବାଇନ ଫ୍ଲୁ ରୋଗୀ ଚିକିତ୍ସା ପାଇଁ ଏସ.ସି.ବିରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଚକ୍ଷୁ ବିଭାଗର ୪ ର୍ଥ ମହଲାରେ ରଖାଯାଇ ଚିକିତ୍ସା କରାଯାଉଛି।

   Related Posts