ପ୍ରଚାର ପାଇଁ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ : ପୁରୀ ଏବଂ ଆଠଗଡ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ

Published By : Prameya-News7 Bureau | April 21, 2019 IST

ଭୁବନେଶ୍ବର ୨୧/୪: ନିର୍ବାଚନ ପ୍ରଚାର ପାଇଁ ଆଜି ଓଡିଶା ଆସିବେ କେନ୍ଦ୍ର ରେଳ ଏବଂ କୋଇଲା ମନ୍ତ୍ରୀ ପିୟୁଷ ଗୋୟଲ । ଶ୍ରୀ ଗୋୟଲ ପୁରୀ ଏବଂ ଆଠଗଡ ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ପୁରୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଶ୍ରୀ ଗୋୟଲ ।

  ଅପରାହ୍ନରେ ଆଠଗଡ ନିର୍ବାଚନ ମଣ୍ଡଳୀର ଆଠଗଡ ମିନିଷ୍ଟାଡିୟମ୍  ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାପରେ ମହାକାଳପଡା ନିର୍ବାଚନ ମଣ୍ଡଳୀରେ ଏକ ବିଶାଳ ରୋଡ ସୋରେ ସାମିଲ ହେବେ ପିୟୁଷ ଗୋୟଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.