Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପେଟ୍ରୋଲ ପମ୍ପରେ କାମ କରନ୍ତି ବାପା, ଝିଅର ସଫଳତାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କ ଭୁରିଭୁରି ପ୍ରଶଂସା

7/10/2021 at 2:50 PM

ନୂଆଦିଲ୍ଲୀ, ୦୭/୧୦: କୁହାଯାଏ ପରିଶ୍ରମ କୌଣସି ସଫଳତାର ପ୍ରତିବନ୍ଧକକୁ ଖାତିର କରେନାହିଁ । ଏହାକୁ ପ୍ରମାଣିତ କରିଛନ୍ତି ପେଟ୍ରୋଲ୍‌ ପମ୍ପରେ କାମ କରୁଥିବା ଜଣେ କର୍ମଚାରୀର ଝିଅ । ବାପା ପେଟ୍ରୋଲ୍‌ ପମ୍ପରେ ତେଲ ଭରନ୍ତି ଆଉ ଝିଅ ଏବେ ଆଇଆଇଟି କାନପୁରର ଛାତ୍ରୀ । ଆର୍ୟା ରାଜଗୋପାଲ୍‌ ନାମକ ଏହି ଝିଅ ଆଇଆଇଟି କାନପୁରରେ ପେଟ୍ରୋଲ ଇଞ୍ଜିନିୟରିଂରେ ପୋଷ୍ଟ ଗ୍ରାଜୁଏସନ୍‌ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ସୂଚନା ଅନୁସାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟରରେ ଏକ ପୋଷ୍ଟ କରି ଏହି ଝିଅ ଏବଂ ତାଙ୍କ ବାପାଙ୍କ ଫଟୋ ସେୟାର କରିଛନ୍ତି । ଫଟୋରେ ଏହି ଦୁଇଜଣ ଏକ ପେଟ୍ରୋଲ୍‌ ପମ୍ପରେ ଛିଡ଼ା ହୋଇଥିବା ଦେଖାଯାଉଛନ୍ତି । ଏହାକୁ ସେୟାର କରି ଶ୍ରୀ ପୁରୀ ଲେଖିଛନ୍ତି, ‘ଏକ ହୃଦୟସ୍ପର୍ଶୀ ଘଟଣା, ଆର୍ୟା ରାଜଗୋପାଲ ତାଙ୍କ ପିତା ଶ୍ରୀ ରାଜଗୋପାଲ ଜୀ ଏବଂ ଆମ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିବା ସହ ଆମକୁ ଗୌରବାନ୍ୱିତ କରିଛନ୍ତି। ଏହି ବାପ-ଝିଅ ଯୋଡି ଭାରତ ପାଇଁ ଏକ ପ୍ରେରଣା ଏବଂ ଆଦର୍ଶ । ସେମାନଙ୍କୁ ମୋର ଶୁଭେଚ୍ଛା ।

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ର ଚେୟାରମ୍ୟାନ୍ ଶ୍ରୀକାନ୍ତ ମାଧବ ବିଦ୍ୟା ଏହି ଫଟୋକୁ ନିଜ ଟ୍ୱିଟରରେ ସେୟାର କରି ଲେଖିଛନ୍ତି ଯେ ମୁଁ ଭାରତୀୟ ତୈଳର ପେଟ୍ରୋଲ ପମ୍ପରେ କାମ କରୁଥିବା ରାଜଗୋପାଲଙ୍କ ଝିଅ ଆର୍ୟାଙ୍କ ପ୍ରେରଣାଦାୟକ କାହାଣୀ ଆପଣଙ୍କ ପାଇଁ ସେୟାର କରୁଛି । ଆଇଆଇଟି କାନପୁରରେ ଆଡମିଶନ ପାଇ ଆର୍ୟା ଆମକୁ ଗର୍ବିତ କରିଛନ୍ତି । ଏଥିପାଇଁ ଆର୍ୟାଙ୍କୁ ଶୁଭେଚ୍ଛା ।   

   Related Posts