କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଭିଡିଓ ଭାଇରାଲ, ଆଚରଣକୁ ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | October 11, 2021 IST

ବଡ଼ବିଲ୍‌, ୧୧/୧୦: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଏକ ଭିଡିଓ ଭାଇରାଲ ହେବାପରେ ତାଙ୍କର ଆଚରଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ମନ୍ତ୍ରୀଙ୍କ ଗସ୍ତ ସମୟରେ ଗତ ଶନିବାର ଚମ୍ପୁଆ ଠାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ଘଟଣା ଘଟିଥିବା ନେଇ ଭିଡିଓ ଭାଇରାଲ ହୋଇଛି । ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ କୁକୁର ମଧ୍ୟ କହିବାକୁ ପଛାଇନାହାନ୍ତି କେନ୍ଦ୍ରମନ୍ତ୍ରୀ । ଚମ୍ପୁଆ ଆଇ.ଟି.ଡ଼ିଏ ଯୋଡ଼ା ବ୍ଲକ, ନୟାଗଡ କାର୍ଯ୍ୟଭାରରେ ଥିବା କନିଷ୍ଠ ଯନ୍ତ୍ରୀ ଉପରେ ତାଗିଦ ଆଳରେ କେନ୍ଦ୍ରମନ୍ତ୍ରୀ କହୁଛନ୍ତି, ମାଡ଼ ପଡୁନି ତମକୁ । ମୟୁରଭଞ୍ଜ ଆସିଲେ କେମିତି ମାଡ଼ ପଡ଼ିବ ଦେଖିବ । କେନ୍ଦ୍ର ଆଦିବାସୀ କଲ୍ୟାଣ, ଜଳ ସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଏହି ଭିଡିଓ ଭାଇରାଲ ହେବାପରେ ବିଭିନ୍ନ ମତ ପ୍ରକାଶ ପାଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.