ଉଦଳା ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ଦଳୀୟ କାର୍ଯ୍ୟକ୍ରମରେ ହେଲେ ସାମିଲ

Published By : Prameya-News7 Bureau | October 09, 2021 IST

ଉଦଳା, ୦୯।୧୦: ଭାରତ ସରକାରଙ୍କ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ବର ଟୁଡୁ ଆଜି ଉଦଳା ଗସ୍ତରେ ଆସିଛନ୍ତି । ଉଦଳା ଗସ୍ତରେ ଆସିଥିବା ବେଳେ ଦଳୀୟ କର୍ମୀମାନେ ଉଦଳା ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ତାଙ୍କୁ ସ୍ଵାଗତ କରିଥିଲେ । ଏହା ପରେ ଉଦଳାର ସ୍ନେହା ତୁଳସୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ସହିତ ଉଦଳା ବିଧାୟକ ଭାସ୍କର ମଢେଇ, ବାରିପଦା ବିଧାୟକ ପ୍ରକାଶ ସୋରେନ୍‌, କାନ୍ଦରା ସୋରେନ ପ୍ରମୁଖ ଯୋଗ ଦେଇଥିଲେ ।

ଆୟୋଜିତ ସମ୍ବର୍ଦ୍ଧନା ସଭାରେ କେନ୍ଦ୍ରମନ୍ତ୍ରୀ ଉଦଳାର ବରିଷ୍ଠ ନାଗରିକ ଜୟଚନ୍ଦ୍ର ପତ୍ରୀଙ୍କ ସମେତ ଅନେକ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ସ୍ଥାନୀୟ ବିଜେପି କର୍ମୀଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ଵାଗତ କରାଯାଇଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାର ବିକାଶ ବିଶେଷକରି କପ୍ତିପଦା ଉପଖଣ୍ଡରେ ବେକାରୀ ସମସ୍ୟା ଦୂର କରିବା ସହିତ ପର୍ଯ୍ୟଟନ ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି । ଉଦଳା, ଖୁଂଟା, ଗୋପବନ୍ଧୁନଗର ଏବଂ କପ୍ତିପଦା ବ୍ଲକ ଅଂଚଳର ଶତାଧିକ ବିଜେପି କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.