କେନ୍ଦ୍ରମନ୍ତ୍ରୀଙ୍କ କରୋନା ଟେଷ୍ଟ୍ ରିପୋର୍ଟ ନେଗେଟିଭ୍

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ, ୧୭|୦୩:     ଭାରତରେ କରୋନା ଭାଇରସ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏବେ ସୁଦ୍ଧା ୧୨୬ଜଣ ଏହି ମାରାତ୍ମକ ଭାଇରସ ଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି। ଏପରିକି ୩ଜଣ ସଂକ୍ରମିତ ପ୍ରାଣ ମଧ୍ୟ ହରାଇ ସାରିଲେଣି। ଏହା ମଧ୍ୟରେ ନରେନ୍ଦ୍ର ମୋଦୀ ସରକାରର ବୈଦେଶିକ ରାଜ୍ୟ ମନ୍ତ୍ରୀ ଭି ମୁରଲିଧରନ କରୋନାରେ ସଂକ୍ରମିତ ଥିବା ଆଶଙ୍କା କରିଥିଲେ। ତାଙ୍କୁ କେରଳ ତ୍ରିବେନ୍ଦ୍ରମ ଘରେ ସେଲ୍ଫ୍ କ୍ୱାରେଣ୍ଟାଇନ୍ କରାଯାଇଥିଲା। କିନ୍ତୁ ତାଙ୍କ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଥିବା ଖବର ମିଳିଛି।

{"id":239678,"width":748,"height":498,"sizeSlug":"large"}

ଖବର ସରବରାହ ସଂସ୍ଥା ଏଏନଆଇ ମୁତାବକ, ମୁରଲିଧରମ ମାର୍ଚ୍ଚ ୧୪ରେ ତ୍ରିବେନ୍ଦ୍ରମର ଏଖ ମେଡିକାଲ ଇନଷ୍ଟିଟ୍ୟୁଟ ବୈଠକରେ ଯୋଗ ଦେଉଥିଲେ। ଏହି ବୈଠକରେ ଜଣେ ଡାକ୍ତର ମଧ୍ୟ ସାମିଲ ଥିଲେ। , ନିକଟରେ ସେ ସ୍ପେନରୁ ଫେରିଥିଲେ। ମାର୍ଚ୍ଚ ୧୫ରେ କରୋନା ଭାଇରସ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା।

ମାମଲା ସାମ୍ନାକୁ ଆସିବା ପରେ ମୁରଲିଧରନ ସଚେତନାମୂଳକ ପଦକ୍ଷେପ ନେଇ ନିଜକୁ ସମସ୍ତଙ୍କଠାରୁ ପୃଥକ କରିଦେଇତିଲେ। ସେ ଏକ ଅଳଗା ରୁମରେ ରହିଥିଲେ। ତାଙ୍କରଙ୍କ ନିର୍ଦ୍ଦେଶରେ ତାଙ୍କର ଟେଷ୍ଟ କରାଯାଇଥିଲା। କିନ୍ତୁ ରିପୋର୍ଟ ନେଗେଟିଭ ଆସିଥିଲା। ଯାହା ତାଙ୍କୁ ଓ ପରିବାରକୁ ଆଶ୍ୱସ୍ତ କରିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସାଂସଦଙ୍କୁ ଟ୍ୱିଟ କରି ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.