ସ୍ମୃତି ଇରାନୀ କରୋନା ସଂକ୍ରମିତ, ଟ୍ବିଟ୍‌ କରି ଦେଲେ ସୂଚନା

Published By : Prameya-News7 Bureau | October 28, 2020 IST

ନୂଆଦିଲ୍ଳୀ ୨୮/୧୦: କରୋନା କବଳରେ ଦୁନିଆ। ଛୋଟ ବଡ଼, ଧନୀ ଗରିବ ସମସ୍ତେ କରୋନା ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି।  କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ସ୍ମୃତି ଇରାନୀ। ଏହାସହ ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇବାକୁ  ସେ  ପରାମର୍ଶ ମଧ୍ୟ ଦେଇଛନ୍ତି। କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ନିଜକୁ ଆଇସୋଲେଟ୍‌ କରିଥିବା ଜଣାପଡ଼ିଛି।

ସ୍ମୃତି ଇରାନୀ ଟ୍ବିଟ୍‌ କରିଛନ୍ତି, ‘ଘୋଷଣା କରିବା ବେଳେ ଶବ୍ଦ ଖୋଜିବା ମୋ ପାଇଁ ମୁସ୍‌କିଲ, ତେଣୁ ସରଳ ଭାବେ ଜଣାଇବାକୁ ଚାହୁଁଛି-ମୁଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ମୋ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ଅନୁରୋଧ ସେମାନେ କରୋନା ଟେଷ୍ଟ କରାଇନିଅନ୍ତୁ। ’

wp:core-embed/twitter {"url":"https://twitter.com/smritiirani/status/1321436270736875524","type":"rich","providerNameSlug":"twitter","className":""}
https://twitter.com/smritiirani/status/1321436270736875524
/wp:core-embed/twitter

ସ୍ମୃତି ଇରାନୀଙ୍କ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।ମହାରାଷ୍ଟ୍ର ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ ଓ ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦି କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କୟା ନାୟିଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ନେତା ମନ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.