Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ଲମତାପୁଟ : ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ରାଜ୍ୟରେ ୪ହଜାର ଉପରେ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୭୬୧ ପଜିଟିଭ୍ ଚିହ୍ନଟ
  • ||
  • ବ୍ରହ୍ମପୁର : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା
  • ||

ପବ୍‌ଜି ହେଉଛି ହିଂସା ଏବଂ ଅଶ୍ଲୀଳତାର ଖେଳ ! ଭାରତୀୟ ଗେମ୍‌ ନେବ ଏହାର ଜାଗା, ଜାଣନ୍ତୁ କଣ ରହିଛି ସରକାରଙ୍କ ଯୋଜନା

1/03/2021 at 3:09 PM

ନୂଆଦିଲ୍ଲୀ, ୦୧/୦୩: ମୋବାଇଲ୍‌ ଫୋନ୍‌ରେ ଖେଳା ଯାଉଥିବା କିଛି ଗେମ୍‌ ହିଂସକ, ନିଶା ଏବଂ ଖରାପ ରାସ୍ତାକୁ ଟାଣି ନେଉଥିବା ଏକ ନିରବ ଘାତକ ଅସ୍ତ୍ର । ପବ୍‌ଜି ଏଥିମଧ୍ୟରୁ ଗୋଟିଏ । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର ଏନେଇ କହିଛନ୍ତି ଯେ, କେତେକ ମୋବାଇଲ୍‌ ଗେମ୍‌ ହିଂସା ସୃଷ୍ଟି କରୁଥିବା ବେଳେ ଆଶ୍ଳୀଳତା ଏବଂ ଏକ ନିଶା ପରି ଅଭ୍ୟାସକୁ ପ୍ରସାରିତ କରୁଛି । ସେ ପବ୍‌ଜିକୁ ଉଦାହରଣ ଦେଇଛନ୍ତି ।

ଏଥିପାଇଁ ସରକାର ଭାରତର ସଂସ୍କୃତିକୁ ବଢ଼ାଇବା ପାଇଁ ଗେମିଙ୍ଗ୍‌ ଉତ୍କୃଷ୍ଟତା କେନ୍ଦ୍ର ସ୍ଥାପନ କରିବା ପାଇଁ ଯୋଜନା କରିଛନ୍ତି । କହିରଖୁଛୁ କି ପବ୍‌ଜି ଚୀନ୍‌ର ମୂଳ କମ୍ପାନୀ ହୋଇଥିବାରୁ ଏହାସହିତ ୧୦୦ଟି ମୋବାଇଲ୍‌ ଆପ୍ସକୁ ସରକାର ଗତବର୍ଷ ବ୍ୟାନ୍‌ କରିଛନ୍ତି ।

କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପ୍ରକାଶ ଜାଭଡ଼େକର, ସରକାର ଗେମିଙ୍ଗ୍‌ ସେଣ୍ଟର୍‌ ଖୋଲି ଏହାରି ଜରିଆରେ ଭାରତୀୟ ସଂସ୍କୃତିକୁ ବିକଶିତ କରିବା ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଖେଲ୍‌-ଖେଲ୍‌ ମେର ଏକ ଭର୍ଚ୍ୟୁଆଲ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମ ମହାରାଷ୍ଟ୍ର ସରକାର ଆୟୋଜନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଯୁବକ-ଯୁବତି ମାନଙ୍କୁ ଭାରତୀୟ ମୂଲ୍ୟବୋଧ, ସଂସ୍କୃତି ଏବଂ ମନୋରଞ୍ଜନକୁ ବଞ୍ଚାଇ ରଖିବା ପାଇଁ ପ୍ରାୟାସ ଜାରି ରଖିଛନ୍ତି । ଯାହାଫଳରେ ଦେଶର ଉନ୍ନତି ହୋଇପାରିବ ବୋଲି ଜାଭଡ଼େକର ଏହି ଆବସରରେ କହିଛନ୍ତି ।                

   Related Posts