Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

କୂଳଡିହା ଅଭୟାରଣ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ନିଆଁ ଲାଗିଥିବା ସ୍ଥାନରେ କଲେ ଅନୁଧ୍ୟାନ

12/03/2021 at 5:46 PM

ନୀଳଗିରି, ୧୨/୦୩: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳ ଅଧୀନରେ ଆସୁଥିବା କୁଳଡିହା ଅଭୟାରଣ୍ୟରେ କିଛିଦିନ ତଳେ ନିଆଁ ବ୍ୟାପିଥିଲା । ବିଲେଶ୍ୱର ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଆଁ ଲାଗିଥିବା ସ୍ଥଳକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏହି ଅଭୟରଣ୍ୟର ମୋଟ ୨୦୫ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା । ହେଲେ ବନ ବିଭାଗର ଉଦ୍ୟମରେ ଏହା ନିୟନ୍ତ୍ରଣକୁ ଆସିଥିଲା ।

ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିବା ବାଲେଶ୍ଵର ଡିଏଫଓ ବିଶ୍ଵରାଜ ପଣ୍ଡା, କୁଳଡିହା ରେଞ୍ଜର ବିଜୟ ମହାପାତ୍ର, ନୀଳଗିରି ରେଞ୍ଜର ମନୁୱର ଖାଁଙ୍କ ସହ ଅନ୍ୟ ଏକ କର୍ମଚାରୀଙ୍କୁ ଧରି ପ୍ରତାପ ଷଡଙ୍ଗୀ ନିଆଁ ଲାଗିଥିବା ସ୍ଥାନ ବୁଲି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ନିଆଁକୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଲଗାଇ ମୂଲ୍ୟବାନ ଗଛ ଓ ବନ୍ୟଜନ୍ତୁଙ୍କ ଜୀବନକୁ ବିପଦରେ ପକାଉଥିବା ଶ୍ରୀ ଷଡ଼ଙ୍ଗୀ କହିଥିଲେ । ବନକର୍ମଚାରୀ ଆବଶ୍ୟକ ଅନୁସାରେ ନଥିବା ବେଳେ ସରକାର ଏଥିପ୍ରତି ଯତ୍ନବାନ ହେବାକୁ ସେ କହିଛନ୍ତି । ନିଆଁ ଲଗାଉଥିବା କର୍ମଚାରୀଙ୍କୁ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡ଼ା ପାଣି ସଂରକ୍ଷଣ ପାଇଁ ଚେକ ଡ୍ୟାମର ଆବଶ୍ୟକ ଥିବା କହିବା ସହିତ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ଥିବା ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ନିଆଁରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟକୁ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦେବେ ବୋଲି କହିଥିବା ଜଣାପଡ଼ିଛି ।

   Related Posts