ଆଜି ବସୁଛି କେନ୍ଦ୍ର ମନ୍ତ୍ରୀମଣ୍ଡଳର ବୈଠକ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ,୦୬/୦୧: ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନ ମଧ୍ୟରେ ବୁଧବାର ଭିଡିଓ କନଫରେନ୍ସିଂ ଯୋଗେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କୃଷି ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇପାରେ । ସୂତ୍ରାନୁସାରେ ବୈଠକରେ, ଓବିସି ବର୍ଗ ପାଇଁ ଥିବା ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ ।

ଗତବର୍ଷ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ମନ୍ତ୍ରୀମଣ୍ଡଳର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଓବିସି ବର୍ଗୀକରଣ ପ୍ରସଙ୍ଗର ଯାଞ୍ଚ କରୁଥିବା ଆୟୋଗଙ୍କ କାର୍ଯ୍ୟକାଳକୁ ୬ ମାସ ଅର୍ଥାତ ଜାନୁଆରୀ ୩୧ ଯାଏଁ ବୃଦ୍ଧି କରିବାକୁ ମଞ୍ଜୁରି ମିଳିଥିଲା । ବୁଧବାର ନିର୍ଦ୍ଧାରିତ ମନ୍ତ୍ରୀମଣ୍ଡଳର ବୈଠକରେ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସଙ୍ଗରେ ଚର୍ଚ୍ଚା ହୋଇପାରେ ।

ଏହି ଆୟୋଗଙ୍କୁ ସମ୍ବିଧାନର ଅନୁଚ୍ଛେଦ ୩୪୦ ଆଧାରରେ ୨୦୧୭ରେ ଗଠନ କରାଯାଇଥିଲା । ନ୍ୟାୟମୂର୍ତ୍ତି ଜି ରୋହିଣୀଙ୍କ ଅଧ୍ୟକ୍ଷତାରେ ଏହି ଆୟୋଗ ନିଜ କାମ ଅକ୍ଟୋବର ୨୦୧୭ରୁ ଆରମ୍ଭ କରିଦେଇଥିଲେ । ଆୟୋଗ ଅନ୍ୟ ପଛୁଆ ବର୍ଗଙ୍କୁ ଉପବର୍ଗୀକରଣ କରିଥିବା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଓ ରାଜ୍ୟ ଓବିସି ଆୟୋଗଙ୍କ ସହ ବିଚାର ବିମର୍ଶ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.