ତିନି ଅଗ୍ନି ବିପନ୍ନ ପରିବାରଙ୍କ ଦୁଃଖ ବୁଝିଲେ ଏବଂ ସହାୟତା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | April 25, 2021 IST

ନୀଳଗିରି,୨୫/୪: ବାଲେଶ୍ଵର ଜିଲ୍ଲା ଆମ୍ବୁଡ଼ିହା ଅଂଚଳରେ ଶୁକ୍ରବାର ମଧ୍ୟ ରାତ୍ରରେ ଅଗ୍ନିକାଣ୍ଡ ଘଟି ୬ ବଖରା ଘର ଜଳି ଯାଇଥିବା ବେଳେ ତିନି ପରିବାର ଅସହାୟ ହୋଇପଡିଥିଲେ । ଆଜି ଏହି ବିପନ୍ନ ପରିବାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ପଲିଥିନ, ବସ୍ତ୍ର, ରାସନ ସାମଗ୍ରୀ ଓ ଅର୍ଥ ପ୍ରଦାନ କରିବା ସହ ସରକାରୀ ସହାୟତା କିପରି କରିହେବ ଏନେଇ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଅରୁଣ କୁମାର ମଲ୍ଲିକ, ବିଜୟ କୁମାର ମଲ୍ଲିକ, ସୁଶାନ୍ତ କୁମାର ମଲ୍ଲିକଙ୍କ ଘର ପୋଡ଼ି ଯାଇଥିଲା । ବିଦ୍ୟୁତ ସର୍ଟସର୍କିଟ କାରଣରୁ ୬ଟି ବଖରାରେ ନିଆଁ ଲାଗିବା କାରଣରୁ ତିନୋଟି ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । କ୍ଷଣିକ ମଧ୍ୟରେ ସବୁ ଛାରଖାର ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.