Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବଚନୀ ପ୍ରଚାର ଜୋରଦାର, ପ୍ରବାସୀ ଓଡ଼ିଆଙ୍କ ଘରେ କଲେ ଭୋଜନ

9/04/2021 at 10:27 PM

ନୀଳଗିରି,୯/୪: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜେପି ନିର୍ଵାଚନ ପ୍ରଚାର ଜୋରଦାର କରିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବିଜପୁର ସ୍ଥିତ ହାଜିନଗର ବଜାରରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ଭେଟି ଦଳୀୟ ପ୍ରାର୍ଥୀ ଶୁଭ୍ରାଂଶୁ ରଏଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ଗାଁ ଗଳିରେ ପଥପ୍ରାନ୍ତ ପ୍ରଚାର ପ୍ରସାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ୱାନ ଦେଇଛନ୍ତି । ଓଡିଶା ବ୍ରହ୍ମପୁର ନିବାସୀ ରାଜୁ ମହାରଣାଙ୍କ ଘରେ ପାରମ୍ପରିକ ଓଡ଼ିଆ ସୁସ୍ୱାଦୁ ବ୍ୟଞ୍ଜନ ସହ ଦେଶୀ ଚାଉଳର ଭାତ ଖାଇଛନ୍ତି । ଏଭଳି ଭଲପାଇବା ଓ ଶ୍ରଦ୍ଧା, ସ୍ନେହ ପାଇ ସେ ରାଜୁ ମହାରଣାଙ୍କ ପରିବାରକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

   Related Posts