ବ୍ରହ୍ମହପୁରରେ କେନ୍ଦ୍ର ମନ୍ତ୍ରୀ ଜାଭେଡ଼କର

Published By : Prameya-News7 Bureau | August 13, 2018 IST

ବ୍ରହ୍ମହପୁର ୧୩/୦୮ :- ବ୍ରହ୍ମପୁରର ଏକ ବୈଠକରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର କର୍ମୀଙ୍କ ସହ ମାରାଥନ୍ ଆଲୋଚନା କରିବା ପରେ ଗୋଷାଣୀ ନୂଆଗାଁରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ବର୍ମା କଲୋନୀ ଢିପସାହିର ବାବି ସେଠୀଙ୍କ ଘରେ ଖାଇଛନ୍ତି ପ୍ରକାଶ ଜାଭେଡକର । ମେନ୍ୟୁରେ ଥିଲା ଭାତ, ଡାଲି, ସାଦା ତରକାରୀ, ସନ୍ତୁଳା, ପାମ୍ପଡ ଓ ସାଲାଡା । ବାବି ସେଠୀ ଓ ତାଙ୍କ ପତ୍ନୀ କୁମୁଦୁନୀ ସେଠୀ ରୋଷେଇ କରିଥିଲେ । ତଳେ ବସି କଦଳୀ ପତ୍ରରେ ପ୍ରକାଶ ଜେଭେଡକର ବାବୁ ସେଠୀ ଓ ତାଙ୍କ ପତ୍ନୀ ସହ ମିଶି ଖାଇଛନ୍ତି । ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ୍ କରିବା ପାଇଁ ଦଳ ପକ୍ଷରୁ ଦୁଇ ଦିନିଆ କାର୍ଯ୍ଯକର୍ତ୍ତା ସମ୍ମିଳନୀ ଆରମ୍ଭ ହୋଇଛି । ଏଥିରେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ଯୋଗ ଦେଇ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଉଛନ୍ତି । ବୈଠକରେ ରାଜ୍ୟ ବିଜେପିର ବହୁ ପଦାଧିକାରୀ ଏବଂ ବ୍ରହ୍ମପୁର ଲୋକସଭା ମଣ୍ଡଳୀର ବହୁ କର୍ମକର୍ତ୍ତା ଯୋଗ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.