ମହାନଦୀ ଗର୍ଭରେ ୫ ଶହ ବର୍ଷର ଗୋପୀନାଥ ମନ୍ଦିର ଠାବ ପରେ ତତ୍ପରତା, କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | June 18, 2020 IST

ଭୁବନେଶ୍ୱର ୧୮।୦୬: ମହାନଦୀ ଗର୍ଭରେ ୫ଶହ ବର୍ଷର ତଳର ଗୋପୀନାଥ ମନ୍ଦିର ଠାବ ପରେ ତତ୍ପରତା । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ଦିରର ପୁନଃଉଦ୍ଧାର ଏବଂ ସ୍ଥାନାନ୍ତରଣ ପାଇଁ ଚିଠି ଲେଖିଛନ୍ତି । ମନ୍ଦିରର ପୁନଃଉଦ୍ଧାର କାମ ପାଇଁ ASI ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।

{"id":287903,"sizeSlug":"large"}

ଇଣ୍ଡିଆନ ନ୍ୟାସିନାଲ ଟ୍ରଷ୍ଟ ଆଣ୍ଡ କଲଚୁରାଲ ହେରିଟେଜ୍ (ଇନଟାକ୍) ଏହି ମନ୍ଦିରର ପରୀକ୍ଷଣ କରୁଥିବା ବଳେ ଏହି ମନ୍ଦିର ପ୍ରମୁଖ ଐତିହାସିକ ମହତ୍ବ ରହିଛି । ନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏହି ମନ୍ଦିରର ପ୍ରତିମା ନୟାଗଡ ପାଖ ପଦ୍ମାବତି ଗ୍ରାମର ବୈଦେଶ୍ବର ନିକଟ ମହାନଦୀ ମଝିରେ ଠାବ ହୋଇଛି । ୫୫ ରୁ ୬୦ ଫୁଟ ଗଭୀର ପାଣିରେ ଏହି ମନ୍ଦିର ଚୂଡାର କାରୁକାର୍ଯ୍ୟ ଏବଂ ନିର୍ମ।ଣ ପାଇଁ ବ୍ୟବହୃତ ସାମଗ୍ରୀକୁ ବିଚାରକୁ ନେଲେ ମନ୍ଦିରଟି ୧୫ଶହ ଶତାବ୍ଦୀର ଶେଷ କିମ୍ବା ୧୬ଶହ ଶତାବ୍ଦୀର ପ୍ରାରମ୍ଭରେ ତିଆରି ହୋଇଥିବା ଜଣାପଡୁଛି ।୧୯୩୩ ମସିହାରେ ହୋଇଥିବା ବନ୍ୟାରେ ଏହି ମନ୍ଦିରଟି ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଆକଳନ କରାଯାଇଛି । ତେଣୁ ଏହି ମନ୍ଦିରର ଅଜ୍ଞାତ ଇତିହାସ, ସଂସ୍କୃତି ଏବଂ ଧାର୍ମିକ ମହତ୍ବକୁ ଧ୍ୟାନରେ ରଖି ଓଡିଶାବାସୀଙ୍କ ପାଇଁ ମନ୍ଦିରର ପୁନଃଉଦ୍ଧାର କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ  ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ଧର୍ମେନ୍ଦ୍ର ।

{"id":287904,"sizeSlug":"large"}

ମହାନଦୀ ଗର୍ଭରେ ପ୍ରାୟ ୫୦୦ ବର୍ଷ ତଳର ଗୋପୀନାଥ ମନ୍ଦିରକୁ ନେଇ ଯେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା, ସେତେବେଳେ ଏହାର ରହସ୍ୟ ଜାଣିବାକୁ ଚେଷ୍ଟା କରିଥିଲା ନ୍ୟୁଜ୍ ସେଭେନ୍ । ଲଗାତର ୨ଦିନ ଧରି ନ୍ୟୁଜ୍‌ ସେଭେନ୍‌ ଟିମ୍‌ ପାଣି ଭିତରେ ବୁଡ଼ି ରହିଥିବା ଏହି ମନ୍ଦିର ସମ୍ପର୍କରେ ଟିକନିକ ତଥ୍ୟ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇ ଗଭୀର ଜଳ ଭିତରର ଦୃଶ୍ୟ ଉତ୍ତୋଳନ କରିଥିଲା । ନଦୀ ଗର୍ଭରେ ଥିବା ଗୋପୀନାଥ ମନ୍ଦିରର ଭିତର ଅଂଶ ନ୍ୟୁଜ୍ ସେଭେନ୍ ସାମ୍ନାକୁ ଆଣିବା ପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ନିକ୍ଷେପ କରିଛି । ମନ୍ଦିର ଥିବା ବୁଡ଼ି ଅଞ୍ଚଳକୁ ନୟାଗଡ଼ ଜିଲ୍ଲାପାଳ ଦେଖିବାକୁ ଯାଇଥିଲେ । ପ୍ରକୃତରେ ମନ୍ଦିର କେଉଁ ଅବସ୍ଥାରେ ରହିଛି ,ମନ୍ଦିରର ପୁନରୁଦ୍ଧାର ସମ୍ଭବ କି ନାହିଁ ସେନେଇ ସେ ଅନୁଧ୍ୟାନ କରିଥିଲେ । ପଞ୍ଚଦଶ ଶତାବ୍ଦୀର ଏହି ମନ୍ଦିର ବାବଦରେ ଏ.ଏସ.ଆଇ.ର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜିଲ୍ଲାପଳ କହିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.