ଖୁବ ଶୀଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ, ସାମିଲ ହେବେ ୭ ନୂଆ ଚେହେରା !

Published By : Prameya-News7 Bureau | June 21, 2021 IST

ନୂଆଦିଲ୍ଲୀ, ୨୧।୦୬: ଖୁବ ଶୀଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଘନ ଘନ ଆଲୋଚନା ଚଳାଇଛନ୍ତି । ଅମିତ ଶାହା, ରାଜନାଥ ସିଂହଙ୍କ ଭଳି ପ୍ରମୁଖ ନେତାଙ୍କ ସହ ଆଲୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ବର୍ଷ ହେବାକୁ ଥିବା ୭ଟି ରାଜ୍ୟରେ ନିର୍ବାଚନକୁ ଦେଖି ମନ୍ତ୍ରିମଣ୍ଡ ସଂପ୍ରସାରଣ ହେବ ବୋଲି କୁହାଯାଉଛି। ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବା ସମ୍ଭାବନା ରହିଛି।

ଆଗାମୀ ବର୍ଷକ ଭିତରେ ୭ଟି ରାଜ୍ୟରେ ବିଧାନସଭା ନିର୍ବାଚନ। ୨୦୨୨ ଫେବ୍ରୁଆରୀରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଂଜାବ, ଗୋଆ ଓ ମଣିପୁରରେ ନିର୍ବାଚନ। ଏଥିପାଇଁ ଦିଲ୍ଲୀରେ ଏବେ ହଲଚଲ। ଆଗାମୀ ନିର୍ବାଚନ ଆଉ ରାଜନୈତିକ ସ୍ଥିତିକୁ ଦେଖି କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସମ୍ଭାବନା ବଢିଛି। କେନ୍ଦ୍ରରେ କିଛି ମନ୍ତ୍ରୀ ୩ ଚାରିଟା ଲେଖାଏଁ ବିଭାଗ ତୁଲାଉଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣକୁ ନେଇ ଚର୍ଚ୍ଚା ଚାଲିଛି।

ଗତ କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ ପାଂଚ ଥର ମନ୍ତ୍ରୀମାନଙ୍କ ସହ ଆଲୋଚନା କରିସାରିଲେଣି। ରବିବାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତରମଣ, ମନ୍ତ୍ରୀ ପିୟୁସ ଗୋୟେଲ ସମେତ ବହୁ ମନ୍ତ୍ରୀ ଯୋଗ ଦେଇଥିଲେ। ବୈଠକରେ କଣ ଆଲୋଚନା ହେଲା, ଜଣାପଡିନାହିଁ। କିନ୍ତୁ ଆଲୋଚନାର ଫୋକସ୍ ରେ ଆଗାମୀ ନିର୍ବାଚନ, ସାଂପ୍ରତିକ ସ୍ଥିତି ଏବଂ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା ହୋଇଥିବା କୁହାଯାଉଛି। ଏଥର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ୬ ରୁ ୭ ନୂଆ ଚେହେରାଙ୍କୁ ସାମିଲ କରାଯିବ ବୋଲି କୁହାଯାଉଛି।

ଉତ୍ତରପ୍ରଦେଶର ଆପନା ଦଳର ଅନୁପ୍ରିୟା ପଟେଲ, ବିହାରର ସୁଶୀଲ ମୋଦୀ ଓ ପଶୁପତି ପାରସଙ୍କୁ ନେଇ ଚର୍ଚ୍ଚା ହେଉଛି। ସେହିପରି ଗତବର୍ଷ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଂଗି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିର୍ଦିତ୍ୟ ସିନ୍ଧିଆଙ୍କୁ କ୍ୟାବିନେଟରେ ସ୍ଥାନ ମିଳିବ ବୋଲି କୁହାଯାଉଛି। ଏହା ସହ ବର୍ତ୍ତମାନର କିଛି ମନ୍ରୀିରଙ୍କର ବିଭାଗରେ ପରିବର୍ତ୍ତନ ନେଇ ଚର୍ଚ୍ଚା ଲାଗି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.