କୋଭିଡ ସମୟରେ ସାମ୍ୱାଦିକଙ୍କ କାର୍ଯ୍ୟକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ, ଟୀକାକରଣ ବେଳେ ପୁଷ୍ପଗୁଚ୍ଛ ଦେଇ କଲେ ସ୍ୱାଗତ

Published By : Prameya-News7 Bureau | May 10, 2021 IST

ନୀଳଗିରି,୧୦/୦୫: ଏବେ କୋଭିଡ ସମୟରେ କର୍ତ୍ତବ୍ୟରତ ସାମ୍ବାଦିକ ହେଉଛନ୍ତି ଜଣେ ଜଣେ ଯୋଦ୍ଧା । ନିଜ ଜୀବନକୁ ବାଜି ଲଗାଇ ଖବର ପରିବେଷଣ କରିବା ସହ କରୋନା ସମ୍ବନ୍ଧୀୟ ସଚେତନ ମୂଳକ ବାର୍ତ୍ତା ଏହି ସାମ୍ୱାଦିକମାନେ ହିଁ ଦେଇଥାନ୍ତି ।

ଏଥିପାଇଁ ଦେଶର ସମସ୍ତ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ପ୍ରଶଂସା କରି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଆଜି ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ସାମ୍ୱାଦିକଙ୍କୁ ଟୀକାକରଣ କରାଯାଇଛି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପୁଷ୍ପଗୁଚ୍ଛ ଦେଇ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଅଭିନନ୍ଦନ ଜଣାଇଥିଲେ ।

ରାଜ୍ୟ ସରକାର କୋଭିଡ ଯୋଦ୍ଧା ଭାବେ ଘୋଷଣା ଓ କେନ୍ଦ୍ରସରକାର ରାଜ୍ୟକୁ ଟୀକାକରଣ ଉପରେ ଗୁରୁତ୍ୱ ଦେଇ ଟୀକା ଯୋଗାଇବା ନେଇ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଥିଲେ । ଏହା ପରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଟୀକାକରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା, ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ, ଏସଡିଏମଓ ଅଜୟକୃଷ୍ଣ ସାମଲ, ଡ଼ଃ ରାମକୃଷ୍ଣ ସାହୁ ଓ ସ୍ୱାସ୍ଥକର୍ମୀ, କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ଟୀକାକରଣ ପରେ ସାମ୍ବାଦିକ ବ୍ରଜକିଶୋର ପାଣି, ଲୋକନାଥ ଦଳେଇ, ଭଗବାନ ମହଲ, ଜଗନ୍ନାଥ ପାତ୍ର, ପ୍ରଶାନ୍ତ ବିଶ୍ୱାଳ, ପ୍ରିୟନାଥ ବେହେରା, ବିଜୟ ଲେଙ୍କା, ପ୍ରଫୁଲ୍ଲ ମାଝୀ, ଖଗେନ୍ଦ୍ର ପ୍ରାମାଣିକ, ଉମାକାନ୍ତ ରାଉତ, ପାର୍ଥସାରଥୀ ଦାସବାବୁ, ପ୍ରଫୁଲ୍ଲ ପୋଇ, ଚକ୍ରଧର ସିଂ, ବିମଳ କୁମାର ଦଳେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଉପସ୍ଥିତ ଅଧିକାରୀ, ଡାକ୍ତର, ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.