Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାରଙ୍କର ବଡ ବୟାନ-ଉତ୍ତର ଭାରତରେ ଚାକିରି ନୁହଁ ଯୋଗ୍ୟ ଯୁବକଙ୍କ ଅଭାବ ଅଛି

15/09/2019 at 5:34 PM

ନୂଆଦିଲ୍ଲୀ – କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାର ଏବେ ଦେଶର ବେକାରି ସମସ୍ୟାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ।ଉତ୍ତର ଭାରତରେ ଚାକିରି ନୁହଁ ଯୋଗ୍ୟ ଯୁବକଙ୍କର ଅଭାବ ଅଛି ବୋଲି ସେ କହିଛନ୍ତି । ବରେଲିର ଏକ କାର୍ଯ୍ୟକ୍ରମରେ ସେ ଉତ୍ତର ଭାରତର ଯୁବକଙ୍କ ମଧ୍ୟରେ ନିଯୁକ୍ତି ଦିଆଯିବା ପାଇଁ ସେି ଯୋଗ୍ୟତା ନାହିଁ ବୋଲି ସେ କହିଛନ୍ତି । ସେ କାମ କରୁଥିବା ମନ୍ତ୍ରାଳୟରେ ଦେଶରେ ଚାକିରିର ଅଭାବ ନଥିବା କଥା ସୂଚନା ପାଇଥିବା କହିଛନ୍ତି। ମାତ୍ର ଯୋଗ୍ୟ ଯୁବକ ମିଳୁ ନଥିବାରୁ ନିଯୁକ୍ତି ଦିଆଯାଇ ପାରୁ ନାହିଁ । କମ୍ପାନୀମାନେ ଯେଉଁ ଯୋଗ୍ୟତା ଚାହୁଁଛନ୍ତି ତାହା ମିଳୁନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । କିନ୍ତୁ ନିଯୁକ୍ତି ହ୍ରାସ ପାଇନି । ଏହି ଅବସରରେ ସେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ସପା ନେତା ଆଜମ ଖାନ୍‌ଙ୍କୁ ବି ସମାଲୋଚନା କରିଛନ୍ତି ।ରାମପୁରର ଲୋକ ଜଣେ ଅଯୋଗ୍ୟ ଲୋକଙ୍କୁ ନିର୍ବାଚିତ କରି ପଠାଇଥିବା କଥା ମନ୍ତ୍ରୀ ଗଙ୍ଗଓ୍ୱାର କହିଛନ୍ତି ।

ଏବେ ସରକାରଙ୍କୁ ବିରୋଧି ଦଳ ବେକାରି ସମସ୍ୟାକୁ ନେଇ ସମାଲୋଚନା କରୁଛନ୍ତି । କିଛିଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସରକାଙ୍କୁ ବିରୋଜଗାରୀ ସମସ୍ୟା ବୃଦ୍ଧି ପାଉଥିବା ନେଇ ସମାଲୋଚନା କରିଥିଲେ । ଅଟୋମୋବାଇଲ୍‌ କ୍ଷେତ୍ରରେ ୧୦ ଲକ୍ଷ ଲୋକଙ୍କର ଚାକିରି ଏବେ ସଙ୍କଟରେ ଥିବା କଥା ସେ କହିଥିଲେ । ଏ ବିଷୟରେ ସୋନିଆ ଟ୍ୱିଟ ବି କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କର ଏହି ବୟାନକୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ସମାଲୋଚନା କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ବି ଦେଶରେ ଦେଖା ଦେଇଥିବା ବେକାରୀ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସରକାରଙ୍କୁ ସମାଲୋଚନା କରିଥିଲେ । ମୋଦୀ ସରକାରଙ୍କ ସମୟରେ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଦେଖାଦେଇଥିବାରୁ ଏପରି ହୋଇଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।

ସନ୍ତୋଷ ଗଙ୍ଗଓ୍ୱାରଙ୍କ ଏହି ମନ୍ତବ୍ୟ ପରେ ଉତ୍ତରପ୍ରଦେଶ ରାଜନୀତିରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ବସପା ନେତ୍ରୀ ମାୟାବତୀ ଏପ୍ରସଙ୍କରେ ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି କହିଛନ୍ତି।

   Related Posts