୨୮ରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ, CAA ସପକ୍ଷ ସଭାରେ ଯୋଗଦେବେ ଅମିତ ଶାହା

Published By : Prameya-News7 Bureau | February 23, 2020 IST

ଭୁବନେଶ୍ବର ୨୩।୦୨: ପେବୃଆରୀ ୨୮ରେ ଓଡିଶା ଆସିବେ ଅମିତ ଶାହା । ଗୃହମନ୍ତ୍ରୀଙ୍କ ଏହି ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ୨୮ ତାରିଖ ସକାଳ ୯ଟାରେ ଭୁବନେଶ୍ବରରେ ପହଞ୍ଚିବ । ପ୍ରଥମେ ପୂର୍ବାଞ୍ଚଳ ରାଜ୍ୟ ମାନଙ୍କର ପରିଷଦ ବୈଠକରେ ଯୋଗଦେବେ । ୨୮ ତାରିଖ ଅପରାହ୍ନରେ ବିଜେପି ସିଏଏ ସପକ୍ଷରେ ଭୁବନେଶ୍ବର ଜନତା ମଇଦାନରେ ଏକ ବିରାଟ ଶୋଭାଯାତ୍ରା ଓ ସଭା ଆୟୋଜନ କରିରୁଛି । ଗୃହ ମନ୍ତ୍ରୀ ଅମିତ ଶାହ ଏହି ଦଳୀୟ ସଭାରେ ଯୋଗଦେଇ ନାଗରିକତା ଆଇନ ସପକ୍ଷରେ ଉଦବୋଧନ ଦେବେ ।

ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ହେବାକୁ ଥିବା ଏହି ବିଶାଳ ସଭାରେ ଲକ୍ଷେ ଲୋକଙ୍କୁ ଏକାଠି କରିବାକୁ ଯୋଜନା କରିଛି ବିଜେପି । ଯେଉଁଥିରେ ଦଳର ୩୬ ହଜାର ବୁଥ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରର କର୍ମକର୍ତ୍ତାଙ୍କୁ ସାମିଲ ହେବେ । କେନ୍ଦ୍ରମନ୍ତ୍ରୀ ଘର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ଏହି ସଭାରେ ଉପସ୍ଥିତ ରହିବେ ବୋଲି ଦଳ କହିଛି । କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ଅମିତ ଶାହାଙ୍କ  ଏହା ହେବ ପ୍ରଥମ ଓଡିଶା ଗସ୍ତ । ୨୮ ରାତିରେ ଅମିତ ଶାହା ପୁରୀରେ ରାତ୍ରୀ ଯାପନ କରିବେ । ୨୯ରେ  ମହାପ୍ରଭୁ ଜଗନ୍ନାଥ ଓ ଭୁବନେଶ୍ବରରେ ଲିଙ୍ଗରାଜଙ୍କ ଦର୍ଶନ କରି  ୨୯ରେ ଦିଲ୍ଲୀ ଫେରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.