ଅନ୍‌ଲକ୍‌-୧ କଣ , କହିଲେ ଶାହା : ଯେଉଁଠି ସ୍ଥିତି ଭଲ, ସେଠାରେ କଟକଣାରେ ରିହାତି

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ ୩୧।୦୫: ଶନିବାର ଦିନ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାରଙ୍କୁ ଏକ ବର୍ଷ ପୂରିଛି । ମୋଦି ସରକାରର ୨.୦ର ପ୍ରଥମ ବର୍ଷ ପୂରିଛି । ମେଦି ସରକାରଙ୍କ ଏହି କାର୍ଯ୍ୟକାଳ ସମୟରେ ଅନେକ କଡା ନିଷ୍ପତ୍ତି ନେଇଛନ୍ତି । ଯେପରି ଧାରା ୩୭୦, ଅନୁଚ୍ଛେଦ ୩୫A, ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ପରି ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହି ସମୟରେ ଦେଶ ପାଇଁ କରୋନା ଭାଇରସ ଚିନ୍ତା ବଢାଇଦେଇଛି । ଯାହାକୁ ନେଇ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଉଠାଇଛନ୍ତି । କିପରି ଏହା ମାରାତ୍ମକ ଭାଇରସରୁ ଦେଶବାସୀଙ୍କୁ ରକ୍ଷା କରିବ , ସେଥିପାଇଁ ଅନେକ କଠୋର ପଦକ୍ଷେପ ମଧ୍ୟ ନିଆଯାଇଛି । ଯେପରି ଦେଶରେ ଲକ୍‌ଡାଉନ୍‌ ଜାରି କରିବା , ଏବଂ ପର୍ଯ୍ୟାୟ କ୍ରମେ ଲକ୍‌ଡ଼ାଉନ୍‌ରେ ରିହାତି ଦିଆଯିବା ରହିଛି । ତେବେ ଗୃହମନ୍ତ୍ରୀ ଅମିତ ଶାହା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି ଯେ, ଲକ୍‌ଡାଉନ୍‌ ୫.୦ର ଅନଲକ-୧ରେ ସଂଯମତା ଓ ସଂୟମ ରକ୍ଷାକରି ଏହି ପର୍ଯ୍ୟାୟରେ ଗତିବିଧି ପାଇଁ ଅନୁମତି ଦିଆଯାଇଛି ।  

ମୋଦି ସରକାରଙ୍କ ୨.୦ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂରଣ ହେବା ଦିନ ଦେଶରେ ଲକ୍‌ଡାଉନ୍‌ ୫.୦ର ଲାଗୁ ନେଇ ଘୋଷଣା କରାଯାଇଛି । ଏହି ଲକ୍‌ଡ଼ାଉନ୍‌ ୫.୦ରେ ଅନଲକ-୧ ବିଷୟରେ ରହିଛି । ଏହା ବିଷୟରେ ଗୃହମନ୍ତ୍ରୀ କହିଛନ୍ତି ଯେ, ଲକ୍‌ଡାଉନ୍‌ ୪.୦ ପରେ ଦେଶରେ ଅନ୍‌ଲକ୍‌-୧ ଲାଗୁ କରାଯାଉଛି । ଏଥିଲେ ସଂୟମ ରଖାକରିବା ସହ କିଛିଟା ନିୟମ ମାନି ଚଳିବାକୁ ପଡିବ । ଯେଉଁ ସବୁ ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍‌ ରହିଛି । ସେଠାରେ ନିୟମକୁ କଡାକଡି ପାଳନ କରିଯିବ । ଏବଂ ଏହି ସ୍ଥାନଗୁଡିକ ପାଇଁ କୌଣସି କଟକଣା କୋହଳ କରାଯାଇନାହିଁ ।  

ସେହିପରି ଯେଉଁସବୁ ସ୍ଥାନରେ ପରିସ୍ଥିତି ଠିକ୍‌ ରହିଛି, ସେଠାରେ ଜନ-ଜୀବନ ସାମନ୍ୟ ରହିବ । ଦେଶରେ ଯେତେବେଳେ ବି ପ୍ରାକୃତିକ ବିପଦ ଆସିଛି । ସେତେବେଳେ ସରକାର ଦୃଢର ସହ ମୁକାବିଲା କରିଛି । କିନ୍ତୁ ଏଥର ଆସିଥିବା ବିପଦରେ ଆମେ କରୋନା ଯୋଦ୍ଧାମାନଙ୍କୁ ଅଧିକରୁ ଅଧିକ ସମ୍ମାନ ଦେବା ଉଚିତ । ସେମାନେ ହିଁ ଏହି ଯୁଦ୍ଧାର ଜଣେ ଜଣେ ଯୋଦ୍ଧା । ଯେଉଁମାନଙ୍କ ପାଇଁ  ଆମେ କରୋନା ବିରୋଧରେ ମଜବୁତର ସହ ଲଢେଇ କରୁଛୁ ।

ସେହିପରି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଆଗକୁ ବଢିଚାଲିଛି । ୨୦୧୪ରୁ ଆରମ୍ଭ ହୋଇଥିବା ମୋଦି ସରକାର ଦିନକୁ ଦିନ ଲୋକମାନଙ୍କ ସମସ୍ୟା ସମାଧାନ କରିବା ଦିଗରେ ଅଗ୍ରସର ହୋଇଚାଲିଛି । ୬୦କୋଟି ଗରିବ ଲୋକଙ୍କ ଜୀବନ ସ୍ତର ସୁଧୁରିବାରେ ଲାଗିଛି । ଏବଂ ଏଥିପାଇଁ କାମ ଜାରି ରହିଛି ।  ଦେଶର ଅର୍ଥନୀତିକୁ ୫ଟ୍ରିଲିୟନ କରିବା ପାଇଁ ଲକ୍ଷ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.