Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଭ୍ୟାକ୍‌ସିନ୍‌ ଅଭାବ ବେଳେ ନଷ୍ଟ କରୁଛନ୍ତି ଏହି ରାଜ୍ୟ, କେନ୍ଦ୍ର ଜାରି କଲା ରିପୋର୍ଟ

11/05/2021 at 3:59 PM

ନୂଆଦିଲ୍ଲୀ, ୧୧/୦୫: ଦେଶରେ ଏବେ କରୋନାର ଭୟଙ୍କର ସ୍ଥିତି ଜାରି ରହିଛି । ଅନ୍ୟପଟେ ବିଭିନ୍ନ ରାଜ୍ୟର ସରକାର ରାଜ୍ୟବାସୀଙ୍କୁ ଟିକା ଦେବା ପାଇଁ ପ୍ରକ୍ରିୟା ଜାରି ରଖିଥିବା ବେଳେ ଆଉ କିଛି ରାଜ୍ୟ ଏହାର ଦୂରୁପଯୋଗ କରୁଥିବା ଦେଖିବାକୁ ମିଳିଛି । ଅର୍ଥାତ୍‌ ଟିକା ନଷ୍ଟ କରୁଛନ୍ତି ।  

ଟିକା ଅଭାବରୁ କିଛି ରାଜ୍ୟରେ ୧୮ ବର୍ଷ ଉପର ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବାରେ ବିଳମ୍ବ ହେଉଥିବା ବେଳେ ଭ୍ୟାକ୍‌ସିନ୍‌ ନଷ୍ଟ କରିବାର ହାର ବଢ଼ିବାରେ ଲାଗିଛି । ଦେଶରେ ସବୁଠାରୁ ଅଧିକ ଭ୍ୟାକ୍‌ସିନ୍ ନଷ୍ଟ କରିବାରେ ହରିୟାଣା ରାଜ୍ୟ ଲଗାତାର ଆଗରେ ରହିଛି । ତାଜା ତଥ୍ୟ ଅନୁଯାୟୀ ହରିୟାଣା ପରେ ଆସାମ ଏବଂ ରାଜସ୍ଥାନ ପ୍ରଥମ ତିନୋଟି ରାଜ୍ୟ ମଧ୍ୟରେ ରହିଛନ୍ତି । ଏହାର ତଳକୁ ମେଘାଳୟ, ବିହାର, ମନିପୁର, ପଞ୍ଜାବ, ଦାଦ୍ରାନଗର ହାବେଳି, ତାମିଲ୍‌ନାଡ଼ୁ ଆଦି ରହିଛନ୍ତି ।

ଏପ୍ରିଲ୍‌ ମାସରୁ ହିଁ ହରିୟାଣା ଏହି ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମରେ ରହି ଆସିଛି । ସୋମବାର ଜାରି କରାଯାଇଥିବା ଲିଷ୍ଟ୍‌ ମୁତାବିକ, ୬.୪୯ ପ୍ରତିଶତ ଭ୍ୟାକ୍‌ସିନ୍‌ ନଷ୍ଟ କରି ହରିୟାଣା ପ୍ରଥମ ସ୍ଥାନରେ ରହିଥିବା ବେଳେ ୫.୯୨ ପ୍ରତିଶତ ନଷ୍ଟ ସହିତ ଆସାମ ଦ୍ୱିତୀୟ ସ୍ଥାନ ଏବଂ ୫.୬୮ପ୍ରତିଶତ ସହିତ ରାଜସ୍ଥାନ ତୃତୀୟ ସ୍ଥାନରେ ରହିଛନ୍ତି ।

ଏ ନେଇ କେନ୍ଦ୍ର ସରକାରଙ୍କ ସ୍ୱସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ପ୍ରକାଶ କରିଛି । ଏହା ତଳକୁ ଅନ୍ୟ ରାଜ୍ୟଗୁଡ଼ିକ ରହିଛନ୍ତି ।  

   Related Posts