Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଏଣିକି କୋଭିଡ୍‌ ରିପୋର୍ଟ ଦେଖାଇବା ଜରୁରୀ ନୁହେଁ, ସିଧାସଳଖ ହସ୍ପିଟାଲରେ କରିହେବ ଆଡମିଶନ୍‌ : ସ୍ବାସ୍ଥ୍ୟ ବିଭାଗ

8/05/2021 at 4:19 PM

ନୂଆଦିଲ୍ଲୀ ୦୮/୦୫ : ଆଉ ରୋଗୀଙ୍କୁ ଦରକାର ପଡିବନି କୋଭିଡ୍‌ ରିପୋର୍ଟ । ଏଣିକି କରୋନା ଟେଷ୍ଟିଂ ରିପୋର୍ଟ ନଥିଲେ ବି ରୋଗୀଙ୍କୁ ଡାକ୍ତରଖାନାରେ ଆଡମିଶନ୍‌ କରିହେବ । କୋଭିଡ୍‌ ଗାଇଡ୍‌ଲାଇନରେ  ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଏହି ନିୟମ ଆଧାରରେ ସନ୍ଧିଗ୍ଧ କରୋନା ରୋଗୀଙ୍କୁ ଆଉ ପ୍ରଥମ ରିପୋର୍ଟ ​ ଦେଖାଇବା ବାଧ୍ୟତାମୂଳକ ହେବନାହିଁ । ସେମାନେ ଚାହିଁଲେ ସିଧାସଳଖ କୋଭିଡ୍‌ ହସ୍ପିଟାଲରେ ଆଡମିଟ୍‌ ହୋଇପାରିବେ । ଏ ନେଇ ଘୋଷଣା କରିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ​

ପୂର୍ବରୁ କରୋନା ଲକ୍ଷଣ ଦେଖାଗଲେ କିମ୍ବା ସନ୍ଦେହ ହେଲେ ପ୍ରଥମେ ରିପୋର୍ଟ ଦେଖାଇବାକୁ ପଡୁଥିଲା । ହସ୍ପିଟାଲଗୁଡିକ କୋଭିଡ୍‌ ରିପୋର୍ଟ ଦେଖିବା ପରେ ରୋଗୀଙ୍କୁ ହସ୍ପିଟାଲରେ ବେଡ୍‌ ଦେଉଥିଲେ । କିନ୍ତୁ ବର୍ତ୍ତମାନ ସେ ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । କୋଭିଡ୍‌ ରିପୋର୍ଟ ନୁହେଁ ରୋଗୀ ଚାହିଁଲେ ସିଧାସଳଖ ଆଡମିଶନ୍‌ ଦେବେ ସଂପୃକ୍ତ ହସ୍ପିଟାଲ ।‌

   Related Posts