କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ଆଉ ଏକ ବଡ ଉପହାର: ବଢିବ ହାଉସ ରେଣ୍ଟ ଆଲାଉନ୍ସ

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଲୀ ୧୨/୧୧ : କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ପୁଣି ବଡ ଉପହାର ଦେଇପାରନ୍ତି। ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା DA) ବୃଦ୍ଧି କରିବା ପରେ ଆଉ ଏକ ଭତ୍ତା ଅର୍ଥାତ ହାଉସ ରେଣ୍ଟ ଆଲାଉନ୍ସ HRA) ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ମୋଦି ସରକାର ଜାନୁଆରୀରେ କର୍ମଚାରୀଙ୍କୁ HRA) ବୃଦ୍ଧି କରି ଦେଇପାରନ୍ତି ବୋଲି ଜଣାପଡିଛି।

ଅର୍ଥ ମନ୍ତ୍ରାଳୟ ଏ ସମ୍ବନ୍ଧରେ ୧୧.୫୬ ଲକ୍ଷରୁ ଅଧିକ କର୍ମଚାରୀଙ୍କ ହାଉସ ରେଣ୍ଟ ଆଲାଉନ୍ସ ଲାଗୁ କରିବା ଦାବିକୁ ନେଇ ବିଚାର କରିବା ଆରମ୍ଭ କରିଛି। ଏହି ପ୍ରସ୍ତାବ ମଞ୍ଜୁରୀ ପାଇଁ ରେଲୱେ ବୋର୍ଡକୁ ପଠାଯାଇଛି। ବୋର୍ଡର ମଞ୍ଜୁରୀ ମିଳିବା ପରେ ୨୦୨୧ ଜାନୁଆରୀରୁ କର୍ମଚାରୀଙ୍କୁ HRA ମିଳିବ। HRA ମିଳିବା ପରେ କର୍ମଚାରୀଙ୍କ ଦରମା ଅନେକ ବୃଦ୍ଧି ପାଇବ।

ଇଣ୍ଡିଆନ ରେଲୱେ ଟେକ୍ନିକାଲ ସୁପରଭାଇଜର ଆସୋସିଏସନ (IRTSA) ଓ ନ୍ୟାଶନାଲ ଫେଡେରେସନ ଅଫ ରେଲୱେମେନ ଅର୍ଥାତ (NFIR) ୨୦୨୧ ଜାନୁଆରୀ ୧ ରୁ HRA ଲାଗୁ କରିବାକୁ ଦାବି କରିଛନ୍ତି। ଏହାପରେ ଏହି ଭତ୍ତା ସମସ୍ତ କେନ୍ଦ୍ର କର୍ମଚାରୀଙ୍କ ବେତନରେ ଲାଗୁ ହୋଇପାରେ।

ହାଉସ ରେଣ୍ଟ ଆଲାଉନ୍ସ କ୍ୟାଟେଗରୀ X, Y ଓ Z କ୍ଲାସ ସହର ଅନୁଯାୟୀ ରହିଛି। ଅର୍ଥାତ ଯେଉଁ କର୍ମଚାରୀ X ଶ୍ରେଣୀ ଅନ୍ତର୍ଭୁକ୍ତ ସେମାନଙ୍କୁ ବର୍ତ୍ତମାନ ମାସିକ ଭଡା ବାବଦକୁ ୫୪୦୦ ଟଙ୍କାରୁ ଅଧିକ ମିଳିବ। Y ଶ୍ରେଣୀ ସହର ଅନ୍ତର୍ଭୁକ୍ତ କର୍ମଚାରୀଙ୍କୁ ମାସିକ ୩୬୦୦ ଟଙ୍କା ଓ Z ଶ୍ରେଣୀ ସହରରେ ରହୁଥିବା କର୍ମଚାରୀଙ୍କୁ ମାସିକ ୧୮୦୦ ଟଙ୍କା ହାଉସ ରେଣ୍ଟ ମିଳିବ।

X କ୍ୟାଟେଗରୀରେ ୫୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ଅନ୍ତଭୂକ୍ତ। ସହରରେ ଯେଉଁ କେନ୍ଦ୍ର କର୍ମଚାରୀ ଅଛନ୍ତି ସେମାନଙ୍କୁ ହାଉସ ରଣ୍ଟ ଆଲାଉନ୍ସ ୨୭% ମିଳିବ। Y ଶ୍ରେଣୀ ସହରରେ ୧୮% ଏବଂ Z ଶ୍ରେଣୀ ସହରରେ ୯% ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.