ସରକାରଙ୍କ ବଡ ନିଷ୍ପତ୍ତି : ଜୁଲାଇ ୨୦୨୧ ପର୍ଯ୍ୟନ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ବର୍ଦ୍ଧିତ ମହଙ୍ଗା ଭତ୍ତା ବନ୍ଦ

Published By : Prameya-News7 Bureau | April 23, 2020 IST

ନୂଆଦିଲ୍ଲୀ ୨୩।୪: ଦେଶରେ କରୋନା ସଙ୍କଟ ଯୋଗୁଁ ଅର୍ଥବ୍ୟବସ୍ଥା ଉପରେ ବଡ ପ୍ରଭାବ ପଡିଛି । ଗୁରୁବାର ଦିନ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଡିଏ ଅର୍ଥାତ୍ ମହଙ୍ଗା ଭତ୍ତା ବର୍ଦ୍ଧିତ କିସ୍ତି ବନ୍ଦ କରାଯାଇଛି । ଏହି ନିଷେଧାଦେଶ ୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଜାରି ରହିବ ।

ଅର୍ଥ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ୧ ଜାନୁୟାରୀ ୨୦୨୦ରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତାର ବର୍ଦ୍ଧିତ କିସ୍ତି ମିଳିବାକୁ ଥିଲା  । ତେବେ ଏହା ଉପରେ ରୋକ୍ ଲଗାଯାଇଛି ।ଏହାସହ ୧ ଜୁଲାଇ ୨୦୨୦, ୧ ଜାନୁଆରୀ ୨୦୨୧ରୁ ମିଳିବାକୁ ଥିବା ଅତିରିକ୍ତ କିସ୍ତି ଉପରେ ରୋକ୍ ଲଗାଯାଇଛି । ଏହି କିସ୍ତି ଉପରେ ରୋକ୍ ଲଗାଇବା ଯୋଗୁଁ ସରକାର ପ୍ରାୟ ୩୭ ହଜାର କୋଟି ଟଙ୍କା ସଞ୍ଚୟ କରିବେ । ଏହାପରେ କେଉଁ ନିଷ୍ପତ୍ତି ନିଆଯିବ ତାହା ୧ ଜୁଲାଇ ୨୦୨୧ ରେ ସ୍ପଷ୍ଟ ହେବ । ଏହି ନିର୍ଦ୍ଦେଶ କେନ୍ଦ୍ରୀୟ କର୍ମଚାରୀ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ପେନ୍‌ସନ୍‌ ପ୍ରାପ୍ତ କର୍ମଚାରୀଙ୍କ ପାଇଁ ଲାଗୁ ହେବ ।

ସୂଚନାଯୋଗ୍ୟ ଯେ, କରୋନା ସଙ୍କଟ ଯୋଗୁଁ କେନ୍ଦ୍ର ସରକାରଙ୍କ ଦ୍ବାରା ଅନେକ ପ୍ରକାରର ଯୋଜନା କରାଯାଉଛି । ଏହାପୂର୍ବରୁ ଗୁରୁବାର ଦିନ ପ୍ରତିରକ୍ଷା ବଜେଟରେ କଟକଣା ନେଇ ଚର୍ଚ୍ଚା ଚାଲିଥିବା ଜମାପଡିଛି । ଯେଉଁଠାରେ ନୂଆ ପ୍ରକଳ୍ପ କ୍ରୟ ପାଇଁ କିଛି ସମୟ ପାଇଁ ବନ୍ଦ କରାଯିବ ବୋଲି କୁହାଯାଉଛି । ଏହି ନିଷ୍ପତ୍ତିର ପ୍ରଭାବ ରାଫେଲ୍ ବିମାନ, ଏସ-୪୦୦ କ୍ଷେପଣାସ୍ତ୍ର ସିଷ୍ଟମ କ୍ରୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

ଏହାପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସାଂସଦ, ମନ୍ତ୍ରୀଙ୍କ ଦରମା ୩୦% ପର୍ଯ୍ୟନ୍ତ ହ୍ରାସ କରିବାକୁ ଘୋଷଣା କରିଥିଲେ । କେବଳ ଏତିକି ନୁହେଁ, ସାଂସଦ ନିଧି ପାଣ୍ଠି ମଧ୍ୟ ଦୁଇ ବର୍ଷ ପାଇଁ ରଦ୍ଦ କରାଯାଇଥିଲା ।

କରୋନା ଭାଇରସ୍ ସଙ୍କଟ କାରଣରୁ ଦେଶରେ୪୦ ଦିନିଆ ଲକ୍ ଡାଉନ୍ ବଳବତ୍ତର ରହିଛି । ଯେଉଁଥିପାଇଁ ଅର୍ଥନୀତି ଉପରେ ପ୍ରବାବ ପଡିଛି, ସବୁକିଛି ବନ୍ଦ ହୋଇଯାଇଛି । ଏହାର ସିଧାସଳଖ ପ୍ରଭାବ ଜିଡିପି ଏବଂ ରାଜସ୍ବ ଉପରେ ପଡୁଥିବା ଦେଖିବାକୁ ମିଳୁଛି ।

{"id":258775,"width":580,"height":952,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.