Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

IT ନିୟମକୁ ନେଇ ଟ୍ବିଟରକୁ କେନ୍ଦ୍ର ସରକାରଙ୍କ ଶେଷ ଚେତାବନୀ : ‘ନିୟମ ମାନ ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ’

5/06/2021 at 4:02 PM

ନୂଆଦିଲ୍ଲୀ ୦୫/ ୦୬ : ନୂଆ ଆଇଟି ନିୟମକୁ ଟ୍ବିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଏହି କ୍ରମରେ ଶନିବାର ମାଇକ୍ରୋବ୍ଲଗିଂ ପ୍ଳାଟଫର୍ମ ଟ୍ବିଟରକୁ ଶେଷ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର । ଏମିତିକି ନିୟମ ନମାନିଲେ ଆଇନ ଅନୁଯାୟୀ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାର ଟ୍ବିଟରକୁ ସଫା ସଫା ଜଣାଇ ଦେଇଛନ୍ତି ।
ସୂଚନାଯୋଗ୍ୟ, ଫେବୃଆରୀ ୨୫ ତାରିଖରେ ପ୍ରସ୍ତୁତ ହୋଇଥିବା ନୂଆ ଆଇଟି ଆଇନରେ ସରକାରଙ୍କ ପକ୍ଷର ସ୍ପଷ୍ଟୀକରଣ ଦିଆଯାଇଥିଲା ଯେ, ଯେଉଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ୫୦ ଲକ୍ଷରୁ ଅଧିକ ୟୁଜର ଥିବେ ସେମାନଙ୍କୁ ଅଭିଯୋଗ ଦାଖଲ କରିବା ପାଇଁ ଭାରତରେ ନିଜସ୍ବ ଜଣେ ଅଭିଯୋଗ ଅଧିକାରୀ ନିଯୁକ୍ତି କରିବାକୁ ହେବ । ଯାହାଫଳରେ କି ବ୍ୟବହାରକାରୀ ମାନେ ସିଧାସଳଖ ନିଜର ଅଭିଯୋଗ ଦାଖଲ କରିପାରିବେ । ଏଥିପାଇଁ ସଂକୃକ୍ତ ସଂସ୍ଥାମାନଙ୍କୁ ୩ ମାସ ସମୟ ମଧ୍ୟ ଦେଇଥିଲେ କେନ୍ଦ୍ର ସରକାର ଯାହାକି ମେ ୨୫ ତାରିଖରେ ଶେଷ ହୋଇଛି ।
ତେବେ ଗତ ସପ୍ତାହରେ ଟ୍ବିଟର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କୁହାଯାଇଥିଲା ଯେ, ମେ ୨୮ ତାରିଖରେ ଭାରତରେ ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । କିନ୍ତୁ ଏଥିରେ କେନ୍ଦ୍ର ସରକାର ସନ୍ତୁଷ୍ଟ ନାହାନ୍ତି । ପ୍ରଥମ ଥର ପାଇଁ ମେ ୨୬ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ବିଟରକୁ ନୋଟିସ ପଠାଯାଇଥିଲା । ଏହାପରେ ମେ ୨୮ ଏବଂ ଜୁନ ୨ ତାରିଖରେ ମଧ୍ୟ ଟ୍ବିଟରକୁ ନୋଟିସ ଜାରି ଜରାଯାଇଥିଲା । ଏବେ ପୁଣି ଥରେ ଶନିବାର ନୋଟିସ ଜାରି କରାଯାଇଛି ।
ଆଇଟି ମନ୍ତ୍ରାୟ ଦ୍ବାରା ପଠାଯାଇଥିବା ଏହି ନୋଟିସରେ ଲେଖାଯାଇଛି ଯେ, ‘ସରକାର ଟ୍ବିଟରର ଜବାବରେ ସନ୍ତୁଷ୍ଟ ନାହାନ୍ତି । ଏପରିକି ଟ୍ବିଟର ପକ୍ଷରୁ ଭାରତରେ ଯେଉଁ ଅଭିଯୋଗ ଅଧିକାରୀ ନିଯୁକ୍ତି ପାଇଛନ୍ତି ସେ ଟ୍ବିଟରର କର୍ମଚାରୀ ମଧ୍ୟ ନୁହନ୍ତି । ଏହାଛଡା ଟ୍ବିଟର ନିଜର ବ୍ୟକ୍ତିଗତ ଠିକଣା ଲୋ ଫର୍ମ ଅଫିସର ଦେଇଛି ଯାହାକି ନିୟମ ଅନୁସାରେ ଅବୈଧ । ଦେଶରେ ୧୦ ବର୍ଷ ଧରି କାର୍ଯ୍ୟ କରୁଥିବା ଟ୍ବିଟର କୌଣସି ମେକାନିଜିମ ମଧ୍ୟ ତିହାରି କରିପାରିନାହିଁ ଯାହା ଦ୍ବାରା କି ଭାରତୀୟ ଜନସାଧାରଣ କିଛି ଅଭିଯୋଗ କରିପାରିବେ ।’

   Related Posts