Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବିନା ସୁଧରେ ୫୦ ବର୍ଷ ପାଇଁ ରାଜ୍ୟଗୁଡିକୁ ଋଣ ଦେବେ କେନ୍ଦ୍ର ସରକାର, ପୂର୍ବୋତ୍ତର ରାଜ୍ୟପାଇଁ ରହିଛି ଏତେ କୋଟି ଟଙ୍କା

12/10/2020 at 3:42 PM

ନୂଆଦିଲ୍ଲୀ ୧୨।୧୦: କେନ୍ଦ୍ର ସରକାର ସୋମବାର ରାଜ୍ୟଗୁଡିକ ପାଇଁ ସ୍ଵତନ୍ତ୍ର ସୁଧ ମୁକ୍ତ ଋଣ ଘୋଷଣା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ରାଜ୍ୟଗୁଡିକୁ ୫୦ ବର୍ଷ ପାଇଁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ।

ଅର୍ଥ ମନ୍ତ୍ରୀ କହିଛନ୍ତି ରାଜ୍ୟଗୁଡିକୁ ୧୨ ହଜାର କୋଟି ଟଙ୍କାର ସୁଧ ମୁକ୍ତ ଋଣ ଦିଆଯାଉଛି। ଏହି ଟଙ୍କା ରାଜ୍ୟଗୁଡିକୁ ଋଣ ନେବାର ସୀମାଠୁ ଅଲଗା ଦିଆଯିବ। ସବୁଠୁ ଖାସ୍ କଥା ରାଜ୍ୟକୁ ଋଣ ଫେରାଇବା ପାଇଁ ୫୦ ବର୍ଷର ସମୟ ମିଳିବ।

ସରକାରଙ୍କ ଅନୁଯାୟୀ ଏହି ଫଣ୍ଡର ପ୍ରଥମ କିସ୍ତିରେ ୨୫୦୦ କୋଟି ଟଙ୍କା ଦିଆଯିବ। ଏଥିରୁ ୧୬୦୦ କୋଟି ଟଙ୍କା ପୂର୍ବୋତ୍ତର ରାଜ୍ୟଗୁଡିକୁ ଦିଆଯିବ। ଏହି ୧୬୦୦ କୋଟି ଟଙ୍କା ପୂର୍ବୋତ୍ତରର ୮ ରାଜ୍ୟକୁ ମିଳିବ। ବାକି ୯୦୦ କୋଟି ଟଙ୍କା ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶକୁ ଦିଆଯିବ।

ଏହା ବ୍ୟତୀତ ଦେଶର ବାକି ରାଜ୍ୟକୁ ଦ୍ଵିତୀୟ ପର୍ଯ୍ୟାୟ ଆଧାରରେ ୭୫୦୦ କୋଟି ଟଙ୍କା ଦିଆଯିବ। ଏହି ଟଙ୍କାକୁ ଅର୍ଥ ଆୟୋଗ ଅନୁଯାୟୀ ରାଜ୍ୟଗୁଡିକର ଭାଗିଦାରୀ ଅନୁସାରେ ବଣ୍ଟାଯିବ। କେନ୍ଦ୍ର ସରକାର ୫୦ ବର୍ଷ ପାଇଁ ୧୨୦୦୦ କୋଟି ଟଙ୍କାର ଯେଉଁ ଋଣ ପ୍ରଦାନ କରିବ ଏଥିରେ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ସୁଧ ମୁକ୍ତ ରହିବ। କିନ୍ତୁ ଏହି ଅର୍ଥକୁ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଖର୍ଚ୍ଚ କରିବାକୁ ପଡିବ। ଏହାର ୫୦ ପ୍ରତିଶତ ପ୍ରଥମେ ଦିଆଯିବ। ଏହି ଟଙ୍କା ଖର୍ଚ୍ଚ ହେବା ପରେ ଯାଇ ହିଁ ବାକି ୫୦ ପ୍ରତିଶତ ମିଳିବ।

କ୍ୟାପିଟାକ ଏକ୍ସପେଣ୍ଡିଚରର ତୃତୀୟ ପର୍ଯ୍ୟାୟ ଆଧାରରେ ଋଣ ସେହି ରାଜ୍ୟଗୁଡିକୁ ଯୋଗାଇ ଦିଆଯିବ ଯେଉଁମାନେ ଆତ୍ମ ନିର୍ଭର ଫିସ୍କଲ ଡିଫେସିଟ୍ ପ୍ୟାକେଜ୍‌ର ୪ ରିଫର୍ମ ମଧ୍ୟରୁ ୩ ସର୍ତ୍ତ ପୂରଣ କରୁଥିବେ। ଏହି ସର୍ତ୍ତ ପୂରଣ କରୁଥିବା ରାଜ୍ୟକୁ ତୃତୀୟ ପର୍ଯ୍ୟାୟରେ ୨୦୦୦ କୋଟି ଟଙ୍କା ଦିଆଯିବାର ପ୍ରାବଧାନ କରାଯାଇଛି।

   Related Posts