Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କୋଭ୍ୟାକ୍ସିନକୁ ନେଇ ମୋଦି ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଅନ୍ୟ ଦେଶକୁ ଦିଆଯିବ ନାହିଁ ଟିକା

18/05/2021 at 4:14 PM

ନୂଆଦିଲ୍ଲୀ, ୧୮/୦୫: କରୋନା ମହାମାରୀ କାରଣରୁ ସାରା ଦେଶରେ ଏହି ଘାତକ ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି l ଏହା ଭିତରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଟିକକରଣକୁ ଗୁରୁତ୍ୱ ଦେବା ସହିତ ଅଭିଯାନକୁ ଆଗକୁ ନେବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି l

ଏହାରି ଭିତରେ କିଛି ରାଜ୍ୟରେ ଟିକାର ଅଭାବ ଦେଖିବାକୁ ମିଳିଛି l କେବଳ ସେତିକି ନୁହେଁ, ବିପକ୍ଷ ଦଳ ମଧ୍ୟ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ଦେଶବାସୀଙ୍କୁ ଟିକା ନଦେଇ କେନ୍ଦ୍ର ବାହାର ଦେଶକୁ ବିକ୍ରି କରୁଥିବା ଅଭିଯୋଗ ଆଣିଛନ୍ତି l ତେବେ ଏହି ଆଲୋଚନାକୁ ନେଇ କେନ୍ଦ୍ର ବଡ଼ ନିଷ୍ପତ୍ତି ନେଇଛି l

ସରକାରୀ ସୂତ୍ରରୁ ଜଣାପଡିଛି ଯେ, କେନ୍ଦ୍ର ସରକାର ଚଳିତ ବର୍ଷ ଅକଟୋବର ମାସ ଶେଷ ପର୍ଯ୍ୟନ୍ତ କରୋନା ଭ୍ୟାକସିନର କୌଣସି ବଡ଼ ପରିମାଣର ଟିକା ବାହାର ଦେଶକୁ ପଠାଇବ ନାହିଁ l ସମସ୍ତ ଟିକା କେବଳ ଦେଶର ଜନସାଧାରଣଙ୍କ ପାଇଁ ବ୍ୟବହାର କରାଯିବ l

ତେବେ ସରକାରଙ୍କ ଏପରି ନିଷ୍ପତ୍ତିରେ ସାରା ବିଶ୍ୱରେ ଟିକାର ଆବଶ୍ୟକତାକୁ ପୂରଣ କରିବା ପାଇଁ ହୋଇଥିବା କୋଭ୍ୟାକ୍ସ ଅଭିଯାନରେ ବଡ଼ କ୍ଷତି ହେବାର ଆଶଙ୍କା ରହିଛି l ଏଇ ନିଷ୍ପତ୍ତିରେ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଏବଂ କେତେକ ଆଫ୍ରିକୀୟ ଦେଶ ପାଇଁ ସଙ୍କଟ ଠିଆ କରିପାରେ ବୋଲି ଆଶଙ୍କା କରାଯାଉଛି l କହିରଖୁଛୁ ଯେ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ସାଢେ ଛଅକୋଟି ଟିକା ବାହାର ଦେଶକୁ ପଠାଇ ସାରିଲାଣି l

   Related Posts