Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

କେନ୍ଦ୍ର ସରକାରଙ୍କ ଏହି ଯୋଜନାରୁ ମିଳିବ ୨ କୋଟି ଟଙ୍କା : ଜାଣନ୍ତୁ କ’ଣ

5/04/2019 at 12:38 PM

ନୂଆଦିଲ୍ଲୀ ୫/୪ : ଏପ୍ରିଲ ୧ ତାରିଖରୁ ୨୦୧୯ ଆର୍ଥିକ ବର୍ଷ ଆରମ୍ଭ ହୋଇଛି | ମୋଦି ସରକାରଙ୍କ ଦ୍ୱାରା ପେଶ କରାଯାଇଥିବା ଅନ୍ତରୀଣ ବଜେଟରେ କେତେକେ ନୂଆ ନିୟମ ମଧ୍ୟ ଲାଗୁ ହୋଇଯାଇଛି | କେନ୍ଦ୍ର ସରକାର ଏମିତି କିଛି ଯୋଜନା ଆରମ୍ଭ କରିଛନ୍ତି ଯେଉଁଥିରେ ଅଳ୍ପ ପୁଞ୍ଜି ବିନିଯୋଗ କରି ଅଧିକ ରିଟର୍ନ ମିଳିବ | ଏହାସହ ବିନିଯୋଗ କରିଥିବା ମୂଲ୍ୟ ମଧ୍ୟ ସୁରକ୍ଷିତ ରହିବ | ଏମିତି ଏକ ନିୟମ ଆରମ୍ଭ ହୋଇଛି ଯେଉଁଥିରେ ଟଙ୍କା ବିନିଯୋଗ କରି ଆପଣ କେବଳ ଟ୍ୟାକ୍ସରୁ ବଂଚିତ ହେବେ ନାହିଁ ବରଂ ଆପଣଙ୍କୁ ୨ କୋଟି ଟଙ୍କା ମଧ୍ୟ ମିଳିବ |


ଆୟକର ଟ୍ୟାକ୍ସ ଆକ୍ଟର ନୂଆ ନିୟମ ଅନୁଯାୟୀ, ଯଦି ଆପଣଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ତାହେଲେ ଆପଣଙ୍କୁ ଆୟକର ଦେୟ ଦେବାକୁ ପଡିବ ନାହିଁ | ଏହା ଫଳରେ ଚାକିରିଆ ଏବଂ ମଧ୍ୟବିତ୍ତ ପରିବାରଙ୍କୁ ସୁବିଧା ମିଳିବ | ପୂର୍ବରୁ ଯେଉଁ ଟଙ୍କା ଟ୍ୟାକ୍ସ ଦେବାକୁ ପଡୁଥିଲା ସେହି ଟଙ୍କାକୁ ବର୍ତ୍ତମାନ ଅନ୍ୟ ଜାଗାରେ ବିନିଯୋଗ କରିପାରିବେ ଏବଂ ସେଥିରୁ ୨ କୋଟି ଟଙ୍କା ଲାଭ ପାଇପାରିବେ | ଯଦି ଆପଣଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ ଅଧିକ ତାହେଲେ ମଧ୍ୟ ଆପଣ ସରକାରଙ୍କ କେତେକ ଯୋଜନାରେ ପୁଞ୍ଜି ବିନିଯୋଗ କରି ଟ୍ୟାକ୍ସରୁ ବଞ୍ଚି ପାରିବେ | ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଆର୍ଥିକ ସ୍ଥିତି ଅନୁଯାୟୀ ନିଜର ଟଙ୍କା ରିଟର୍ନ ପାଇବା ପାଇଁ ଯୋଜନା କରିଥାଏ, ଯେଉଁଥିରେ ତାଙ୍କ ଟଙ୍କା ସୁରକ୍ଷିତ ରହିବ ଏବଂ ରିଟର୍ନ ମଧ୍ୟ ମିଳିବ |


ଆସନ୍ତୁ ଜାଣିବା କେଉଁଠି ପୁଞ୍ଜି ବିନିଯୋଗ କଲେ ଆପଣଙ୍କୁ ୨ କୋଟି ଟଙ୍କା ରିଟର୍ନ ମିଳିବ :
ଉଦାହରଣ ସ୍ୱରୂପ: ଯଦି ଆପଣଙ୍କ ବୟସ ୩୦ ବର୍ଷ, ଆପଣ ଭବିଷ୍ୟତରେ ଅଧିକ ରିଟର୍ନ ବା ରାଶି ପାଇବା ପାଇଁ ୧୦ ହଜାର ଟଙ୍କା ମାସକୁ ଏନପିଏସରେ ବିନିଯୋଗ କରୁଛନ୍ତି | ଏହିପରି ଭାବରେ ବର୍ଷକୁ ଆପଣ ଏନପିଏସରେ ୧ ଲକ୍ଷ ୨୦ ହଜାର ଟଙ୍କା ବିନିଯୋଗ କଲେ | ଯଦି ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଅର୍ଥାତ ୩୦ ବର୍ଷ ଯାଏଁ ଆପଣ ମାସକୁ ୧୦ ହଜାର ବିନିଯୋଗ କରୁଛନ୍ତି, ତାହେଲେ ଆପଣଙ୍କୁ ବର୍ଷକୁ ୧୦ ପ୍ରତିଶତ ରିଟର୍ନ ମିଳିଥାଏ | ତେବେ ୩୦ ବର୍ଷରେ ଅବସର ଫଣ୍ଡ ୨ କୋଟି ୨୭ ଲକ୍ଷ ଟଙ୍କା ହେବ | ଅର୍ଥାତ ଯଦି ଆପଣ ୨୦୧୯ ମସିହାରେ (୩୦ ବର୍ଷ ବୟସ) ପୁଞ୍ଜି ବିନିଯୋଗ କରିବା ଆରମ୍ଭ କରିବେ ତାହେଲେ ୨୦୪୯ ମସିହାରେ ଆପଣଙ୍କୁ ୨ କୋଟି ଟଙ୍କା ମିଳିବ |

   Related Posts